ସମ୍ବଲପୁର:ଜିଲ୍ଲାର ଉତ୍ତରାଞ୍ଚଳ ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର (RDC)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୀରାକୁଦ ଡ୍ୟାମ ବିସ୍ଥାପିତମାନ ଧାରଣା ହୋଇଛି ।
ଆଜି(ଗୁରୁବାର) ବିଭିନ୍ନ ସମସ୍ୟା ନେଇ ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଏହି ଧାରଣା ଦିଆଯାଇଛି । ବିସ୍ଥାପିତଙ୍କ ନିକଟରେ କାଗଜପତ୍ର ନଥିଲେ ମଧ୍ୟ ଗ୍ରାମସଭା ମାଧ୍ୟମରେ ଚିହ୍ନଟ କରାଯାଇ ଜମିପଟ୍ଟା ପ୍ରଦାନ କରାଯାଉ ବୋଲି ଏମାନେ ଦାବି କରିଛନ୍ତି ।
RDCଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୀରାକୁଦ ବିସ୍ଥାପିତଙ୍କ ଧାରଣା, ଜମିପଟ୍ଟା ପ୍ରଦାନ ଦାବି ଗତ 15 ତାରିଖରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଜିଲ୍ଲାର 2000 ହୀରାକୁଦ ବିସ୍ଥାପିତ ପରିବାରଙ୍କୁ 10 ଡ଼ିସିମିଲ ଲେଖାଏଁ ଘରଡି଼ହ ପଟ୍ଟା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ତେବେ ହୀରାକୁଦ ଡ୍ୟାମ ଯୋଗୁଁ ଅବିଭକ୍ତ ସମ୍ବଲପୁର ଜିଲ୍ଲାର 16 ହଜାରରୁ ଅଧିକ ପରିବାର ବିସ୍ଥାପିତ ହୋଇଥିବା ବେଳେ ଜମିପଟ୍ଟା ପାଇଁ 16, 934ଟି ପରିବାର ଆବେଦନ କରିଛନ୍ତି ବୋଲି ହୀରାକୁଦ ବୁଡି଼ ଅଞ୍ଚଳ ସଂଗ୍ରାମ ସମିତି ଅଭିଯୋଗ କରିଛି ।
ଏମାନଙ୍କ ମଧ୍ୟରୁ କେବଳ ଝାରସୁଗୁଡା ଜିଲ୍ଲାର 2000 ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରାଯାଉଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଧନ୍ୟବାଦ ଜ୍ଞାପନ କରିଛି ସଂଗ୍ରାମ ସମିତି । ତେବେ ଅନ୍ୟ 14,934 ପରିବାରଙ୍କୁ ମଧ୍ୟ କୌଣସି କାଗଜପତ୍ର ନଥିଲେ ମଧ୍ୟ ଗ୍ରାମସଭା ମାଧ୍ୟମରେ ଚିହ୍ନଟ କରାଯାଇ ଜମିପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି । ଏହି ସବୁ ସମସ୍ୟା ନେଇ ଏକ ସ୍ମାରକ ପତ୍ର ଉତ୍ତରାଞ୍ଚଳ RDCଙ୍କୁ ପ୍ରଦାନ କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ