ଓଡିଶା

odisha

ETV Bharat / city

ଆସୁଛି ନୂଆଖାଇ, ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି ଚୂଡାନ୍ତ - ନୂଆଖାଇ

ଆସୁଛି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ । ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡିଶା । ନୂଆଖାଇରେ ମା ସମଲେଶ୍ବରୀଙ୍କୁ ନୂଆ ଚାଉଳ ଭୋଗ ଲଗାଇ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ । ଏଥିଲାଗି ମା ସମଲେଶ୍ବରୀ ମନ୍ଦିରର ଏବେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଡିଜାଇନ ଫଟୋ

By

Published : Aug 30, 2019, 5:26 PM IST

ସମ୍ବଲପୁର: ଆଉ ମାତ୍ର କିଛି ଦିନର ଅପେକ୍ଷା । ଆସୁଛି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ । ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡିଶା । ନୂଆଖାଇରେ ମା ସମଲେଶ୍ବରୀଙ୍କୁ ନୂଆ ଚାଉଳ ଭୋଗ ଲଗାଇ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ । ଏଥିଲାଗି ମା ସମଲେଶ୍ବରୀ ମନ୍ଦିରର ଏବେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ନୂଆଖାଇ ଲାଗି ସମ୍ବଲପୁରରେ ଉତ୍ସାହର ମାହୋଲ । ଆସନ୍ତା ସେପ୍ଟେମ୍ବର ୩ ତାରିଖ ସକାଳ ୧୦ ଟା 0୫ ରୁ ୧୦ ଟା ୨୦ ମିନିଟ ମଧ୍ୟରେ ମା ସମଲେଶ୍ବରୀଙ୍କ ଠାରେ ଲାଗିବ ନବାନ୍ନ । ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ସମଲେଶ୍ବରୀ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ସହ ମନ୍ଦିରରେ ରଙ୍ଗୀନ ଆଲୋକ ମାଳାର ବ୍ୟବସ୍ଥା କରାଯାଉଛି ।

ଆସନ୍ତା ଶନିବାର ଦିନ ସମଲେଶ୍ବରୀ ମନ୍ଦିରର ଗମ୍ଭୀରାକୁ ପୂଜକ ମାନେ ସଫା ସୁତୁରା କରିବା ସହ ରବିବାର ଦିନ ସମ୍ବଲେଶ୍ବରୀ ମନ୍ଦିରରେ ଥିବା ୧୧୫ ପାର୍ଶ୍ବ ଦେବାଦେବୀଙ୍କ ସିନ୍ଦୁର ଲଗାଯିବ। ତେବେ ନୂଆଖାଇ ଦିନ ସମଲେଶ୍ବରୀ ମନ୍ଦିରରେ ସକାଳ ୪ ଟାରୁ ମନ୍ଦିର ଖୋଲାଯିବ ବୋଲି ସୂଚନା ମିଳିଛି । ନୂଆଖାଇ ଅବସରରେ ଦିନ ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆଖାଇ ଭୋଗର ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details