ସମ୍ବଲପୁର: ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବେସରକାରୀ କ୍ୟାଥ ଲ୍ୟାବ ବ୍ୟବସ୍ଥା । ସମ୍ବଲପୁର ଜିଲ୍ଲା ବରେଇପାଲି ପାଞ୍ଚଗଛିଆ ଅଞ୍ଚଳର ଏକ ବେସରକାରୀ ଡାକ୍ତରଖାନାରେ କ୍ୟାଥ ଲ୍ୟାବର ଉଦଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ହୃଦ ରୋଗୀ ଏହା ଦ୍ବାରା ଉପକୃତ ହେବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ସମ୍ବଲପୁରରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ବେସରକାରୀ କ୍ୟାଥ ଲ୍ୟାବ ବ୍ୟବସ୍ଥା - ସମ୍ବଲପୁରରେ ପ୍ରଥମ ବେସରକାରୀ କ୍ୟାଥ ଲ୍ୟାବ ବ୍ୟବସ୍ଥା
ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବେସରକାରୀ କ୍ୟାଥ ଲ୍ୟାବ ବ୍ୟବସ୍ଥା । ସମ୍ବଲପୁର ଜିଲ୍ଲା ସମେତ ଉପକୃତ ହେବେ ସମଗ୍ର ପଶ୍ଚିମ ଓଡ଼ିଶାର ହୃଦରୋଗୀ । ଅଧିକ ପଢ଼ନ୍ତୁ
ପଶ୍ଚିମ ଓଡ଼ିଶାର ବରଗଡ଼ ସ୍ଥିତ ଏକ ନର୍ସିଂହୋମ ହୋମ ଏବଂ ବୁର୍ଲା ଭୀମସାରରେ କେବଳ ହୃଦ ରୋଗୀଙ୍କ ପାଇଁ କ୍ୟାଥ ଲ୍ୟାବ ବ୍ୟବସ୍ଥା ରହିଛି । ପ୍ରଥମ ଥର କରି ସମ୍ବଲପୁରରେ ମଧ୍ୟ ଏହି ସେବା ଆରମ୍ଭ କରାଯାଇଛି । ରାଜ୍ୟ ସରକାରଙ୍କ BSKY କାର୍ଡ ସେବା ମଧ୍ୟ ଆଜିଠୁ ଏଠାରେ ଆରମ୍ଭ ହୋଇଛି । BSKY କାର୍ଡ ଧରି ଆସିଲେ ଯେକୌଣସି ରୋଗୀ ଏଠାରେ ଚିକିତ୍ସା ସେବା ପାଇ ପାରିବ । ଏଥିସହ ସୁନ୍ଦରଗଡରେ ହେବାକୁ ଥିବା ମେଡ଼ିକାଲ କଲେଜରେ ଭିତ୍ତିଭୂମି, ଅଧ୍ୟାପକ, ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନଥିବା କହି ଜାତୀୟ ମେଡ଼ିକାଲ କମିଶନ 2022-23 ଶିକ୍ଷା ବର୍ଷ ପାଇଁ ଅନୁମତି ପତ୍ର ବା LOI ଦେବାକୁ ମନା କରିଥିବା ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏନେଇ ରାଜ୍ୟ ସରକାର ଅବଗତ ଅଛନ୍ତି ଓ ଚଳିତ ଥର କିପରି ଶିକ୍ଷା ବର୍ଷ ଆରମ୍ଭ ହୋଇ ପାରିବ ସେନେଇ ପ୍ରସ୍ତୁତି କରୁଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ