ଝାରସୁଗୁଡା/ସମ୍ବଲପୁର: ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଝାରସୁଗୁଡାରେ ବଡ଼ ଧରଣର ଚଢ଼ାଉ ହୋଇଛି । ସମ୍ବଲପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । 1819 କୋଟି ଟଙ୍କାର ଜାଲ ବିଲ ପ୍ରସ୍ତୁତ କରି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସମେତ ଦୁଇ ଜଣଙ୍କୁ ବାନ୍ଧିଲା ରାଜ୍ୟ ଜିଏସଟି ବିଭାଗ । ୩୨୩ କୋଟି ଟଙ୍କାର ITC ଠକେଇରେ ଗିରଫ ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲ ଓ ସତିନ୍ଦ୍ର କୁମାର ଯାଦବ । ଝାରସୁଗୁଡ଼ା ଓ ଭୁବନେଶ୍ବରରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ଏମାନେ ୧୩ଟି ନକଲି ଫାର୍ମ କରି ଠକୁଥିଲେ । ଏହି ଠକେଇ ଯୋଗୁଁ ସରକାରଙ୍କୁ ମୋଟ ୫୮ କୋଟି ୧୪ ଲକ୍ଷ ଟଙ୍କାର ଟ୍ୟାକ୍ସ କ୍ଷତି ସହିବାକୁ ପଡ଼ିଛି । ପଶ୍ଚିମବଙ୍ଗ ଝାଡଖଣ୍ଡ ଓ ଦିଲ୍ଲୀକୁ ଲମ୍ବିଛି ଠକେଇର ଚେର । ଖାଲି ପଡ଼ିଆକୁ ୧୦ଟି ଫାର୍ମର ଠିକଣା ଦର୍ଶାଯାଇଛି । ଏପର୍ଯ୍ୟନ୍ତ ମୋଟ ୨୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି GST ବିଭାଗ।