ସମ୍ବଲପୁର:ଡିଅର ପାର୍କରେ ଫୁଟିଲା ସହସ୍ର ଦଳ କମଳ ବା ହଜାରେ ପାଖୁଡ଼ାର ପଦ୍ମ । ରାଜ୍ୟରେ ପ୍ରଥମ କରି କୌଣସି ପାର୍କରେ ଏହି ପଦ୍ମ ଫୁଟିଛି ବୋଲି ଦାବି କରିଛନ୍ତି ପାର୍କର ଡେପୁଟି ରେଞ୍ଜର । ମୁଖ୍ୟତଃ ଥାଇଲାଣ୍ଡ ଓ ଆମେରିକାର ଜଳବାୟୁରେ ଏହି ପଦ୍ମ ଫୁଟିଥାଏ । ସମ୍ବଲପୁରର ପ୍ରକୃତି ପ୍ରେମୀ ସୁବ୍ରତ ନାଥ ଏହି ପ୍ରଜାତିର ପଦ୍ମର ମଞ୍ଜି ଆଣି ସମ୍ବଲପୁରର ନିଜ ଘରେ ଏହି ପଦ୍ମ ଫୁଟାଇ ଥିଲେ ।
ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର: ଡିଅର ପାର୍କରେ ଫୁଟିଛି ହଜାରେ ପାଖୁଡାର ପଦ୍ମ
ସମ୍ବଲପୁର ଜିଲ୍ଲାର ଡିଅର ପାର୍କରେ ପ୍ରଥମ ଥର ପାଇଁ ଫୁଟିଛି ହଜାରେ ପାଖୁଡାର ପଦ୍ମ । ଫୁଲ ଫୁଟାଇ ପାର୍କର ଶୋଭା ବଢାଉଥାବା କହିଲେ ପାର୍କର ଡେପୁଟି ରେଞ୍ଜର । ଅଧିକ ପଢନ୍ତୁ...
ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର: ଡିୟର ପାର୍କରେ ଫୁଟିଛି ହଜାରେ ପାଖୁଡାର ପଦ୍ମ
ଏବେ ସମ୍ବଲପୁର ଡିଅର ପାର୍କର କତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ସମ୍ବଲପୁରର ପ୍ରକୃତି ପ୍ରେମୀ ସୁବ୍ରତ ନାଥଙ୍କ ତତ୍ବାବଧାନରେ ଏହି ପଦ୍ମ ସମ୍ବଲପୁରର ଡିଅର ପାର୍କରେ ଫୁଟିଛି ମୁଖ୍ୟତଃ ମାର୍ଚ୍ଚ ମାସ ଆରମ୍ଭରେ ଏହି ପଦ୍ମର ଚାରା ଲଗା ଯାଇଥାଏ । ଖରା ଦିନେ ଏହି ପଦ୍ମ ଫୁଟିଥାଏ । ଆଗକୁ ଏହି ପ୍ରଜାତିର ଆହୁରି ଫୁଲ ଫୁଟିବ ବୋଲି ଆଶା କରାଯାଉଛି ।
ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ