ସମ୍ବଲପୁର:ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଡ୍ୟାମରୁ 44 ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି । ଲେଫ୍ଟ ଡାଇକରେ 29 ଟି ଗେଟ ଓ ରାଇଟ ଡାଇକରେ 15ଟି ଗେଟ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।
ତେବେ ଶୁକ୍ରବାର ପର୍ଯ୍ୟନ୍ତ 40ଟି ଗେଟ ଖୋଲା ଥିବାବେଳେ ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆଜି ପୁଣି 4ଟି ଗେଟକୁ ପର୍ଯ୍ୟାୟକ୍ରମରେ ଖୋଲାଯାଇଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର 626.65 ଫୁଟ ରହିଛି।