ଓଡିଶା

odisha

ETV Bharat / city

ଲଗାଣ ବର୍ଷା, ସମ୍ବଲପୁର ସହରରେ କୃତ୍ରିମ ବନ୍ୟା ସ୍ଥିତି - ସମ୍ବଲପୁରରେ କୃତ୍ରିମ ବନ୍ୟା ସ୍ଥିତି

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଏବେ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ସହର ମଧ୍ୟରେ ବନ୍ୟା ଜଳ ପ୍ରବେଶ କରିବାରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ସମ୍ବଲପୁରରେ ଲଗାଣ ବର୍ଷା, ସ୍ଥାନେ ସ୍ଥାନେ କୃତ୍ରିମ ବନ୍ୟା
ସମ୍ବଲପୁରରେ ଲଗାଣ ବର୍ଷା, ସ୍ଥାନେ ସ୍ଥାନେ କୃତ୍ରିମ ବନ୍ୟା

By

Published : Aug 13, 2022, 3:27 PM IST

ସମ୍ବଲପୁର:ଲଗାଣ ବର୍ଷାରେ ବେହାଲ ସମ୍ବଲପୁର । ଲଗାତାର ୨ ଦିନ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଏବେ ୨୮ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ସମ୍ବଲପୁର ସହରର ତଳି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ଅଇଁଠାପାଲି, ଟାଙ୍ଗରପାଲି, ଅନୁଗୁଳିଆ ପଡା, ଏସଆରଆଇ ଟି କଲୋନୀ, ଚାରଭାଟି, ହୀରାକୁଦ ଲେବର କଲୋନୀ, ବିନାଖଣ୍ଡି ଅଞ୍ଚଳରେ ବନ୍ୟା ପାଣି ଜମିରହିଛି ।

ସମ୍ବଲପୁରରେ ଲଗାଣ ବର୍ଷା, ସ୍ଥାନେ ସ୍ଥାନେ କୃତ୍ରିମ ବନ୍ୟା

ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ସହରର କେତେକ ପ୍ରମୁଖ ସ୍ଥାନରେ ଆଣ୍ଠୁଏ ପାଣି ଜମି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଏପଟେ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ସକାଳ ସମୟରେ ୪ଟି ଓ ପରେ ଆଉ ୪ଟି ଗେଟ ଖୋଲାଯାଇଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ, ବର୍ତ୍ତମାନ ଜଳସ୍ତର ୬୧୭.୦୮ ଫୁଟ ରହିଛି ।

ଏହି ସମୟରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୪ ଲକ୍ଷ ୪୯ ହଜାର ୫୦୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେପଟେ ଜଳ ଭଣ୍ଡାରରୁ ମହାନଦୀକୁ ସେକେଣ୍ଡ ପ୍ରତି ୪ ଲକ୍ଷ ୭୦୩୫ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି । ସହରରୁ ବନ୍ୟା ଜଳ ମହାନଦୀକୁ ନିଷ୍କାସନ ହୋଇ ପାରିନଥିବାରୁ ତଳି ଅଞ୍ଚଳ ଗୁଡିକ ପାଣି ଜମି ରହିଛି ।

ABOUT THE AUTHOR

...view details