ସମ୍ବଲପୁର:ଧାନ ବିକ୍ରି ହୋଇ ନ ପାରି ଖୋଲା ଆକାଶ ତଳେ ପଡି ରହିଛି ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ ଧାନ । ସମ୍ବଲପୁର ଜିଲ୍ଲା ର 6 ଟି ଧାନ ମଣ୍ଡିରେ କଟନୀ ଛଟନୀ ସମସ୍ୟା ଯୋଗୁଁ 2 ଦିନ ହେଲା ଚାଷୀ ଙ୍କ ଧାନ ବିକ୍ରି ହୋଇନପାରି ଖୋଲା ଆକାଶ ତଳେ ପଡିରହିଛି ।
ସମ୍ବଲପୁରରେ ବର୍ତ୍ତମାନ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବା ବେଳେ ଚାଷୀଙ୍କ ସମସ୍ୟା ଥମିବାର ନା ନେଉନାହିଁ। ଜିଲ୍ଲାର ଶାସନ, କୁକୁଡାପାଲି,ତାଳବ, କନଖିଣ୍ଡା,ବିଶାଳ ଖିଣ୍ଡା, ତବଲା, ପରମାନପୁର ଧାନ ମଣ୍ଡିରେ 15 ହଜାର କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଆସିଥିବା ବେଳେ ମିଲର ମାନଙ୍କ ମନ ମାନି କଟନୀ ଛଟନୀ ଯୋଗୁଁ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଗୁଣବତ୍ତା ନାଁ ରେ କ୍ବିଣ୍ଟାଲ ପ୍ରତି 15 କେଜି ପର୍ଯ୍ୟନ୍ତ କଟନୀ ଛଟନୀ ହେଉଥିବା ଅଭିଯୋଗରେ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରି କରିନଥିଲେ ।