ସମ୍ବଲପୁର: ଚକବନ୍ଦୀ ବନ୍ଦୋବସ୍ତକୁ ନେଇ ସମ୍ବଲପୁରରେ ଚାଷୀ ଅସନ୍ତୋଷ। ସମ୍ବଲପୁର ମହାନଗର ଆଖପାଖର ମାନେଶ୍ବର ବ୍ଲକ ଅଧୀନରେ ଥିବା 22 ଖଣ୍ଡ ଗାଁରେ ଦେଖାଯାଇଛି ଚାଷୀ ଅସନ୍ତୋଷ। ତେବେ ସ୍ବଳ୍ପ ବୃଷ୍ଟି, ମରୁଡି, ଅଭାବୀ ଧାନ ବିକ୍ରୀ କିମ୍ବା ସାର ବିକ୍ରି ପାଇଁ ନୁହେଁ ବରଂ ସରକାର ଚକବନ୍ଦୀ ବନ୍ଦୋବସ୍ତକୁ ନେଇ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି।
1980ରୁ ଏହି ଆଇନ ବା ବ୍ୟବସ୍ଥା ଆସିଥିଲେ ମଧ୍ୟ ଚାଷୀଙ୍କୁ ଏହାର ଗାଇଡ଼ ଲାଇନ ଅନୁସାରେ ସୁବିଧା ମିଳୁ ନଥିବାରୁ ଏହି ବନ୍ଦୋବସ୍ତକୁ ବିରୋଧ କରିବା ସହ ନୂତନ ବ୍ୟବସ୍ଥା ପ୍ରଚଳନ କରିବାକୁ ଚାଷୀ ଦାବି କରିଛନ୍ତି । ଏହାସହ ସୋମବାର ଏହି 22 ଖଣ୍ଡ ଗାଁର ଚାଷୀ ମାନେଶ୍ୱର ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ ।
ଏହି ବନ୍ଦୋବସ୍ତ ଅନୁସାରେ ପ୍ରତ୍ୟେକ ଜମିକୁ ରାସ୍ତାର ସୁବିଧା, କେନାଲ ବା କରନାଳର ସୁବିଧା ରହିବା ଦରକାର। ତେବେ ଏହି ସୁବିଧା 40 ବର୍ଷ ହେଲା ଦିଆଯାଉନଥିବାରୁ ମେଜର ବନ୍ଦୋବସ୍ତ ଅନୁସାରେ ଲୋକେ ଘର ବାଡ଼ି କରି ଚାଷ କରି ଆସୁଥିବା ବେଳେ ଗତ 19.2.2016 ମସିହାରେ ଜିଲ୍ଲା ପ୍ରଶାସନ ହଠାତ ଚକବନ୍ଦୀ ବ୍ୟବସ୍ଥା ଅନୁଯାୟୀ କର ଖଜଣା ଆଦାୟ କରିବାର ନିର୍ଦ୍ଦେଶ ଦେଇଥିଲେ ।