ଓଡିଶା

odisha

ETV Bharat / city

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ - ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟକ୍ରମ

ଭିନ୍ନକ୍ଷମଙ୍କ ସମାଜିଜ ସୁରକ୍ଷା ଓ ସଶକ୍ତିକରଣ ପାଇଁ ରହିଥିବା ସରକାରୀ ଯୋଜନା ଓ ସହାୟତା ଆଦି ନେଇ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମ୍ବଲପୁର ତପସ୍ବିନୀ ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ 2 ଦିନ ଧରି ଚାଲିବ । ଅଧିକ ପଢନ୍ତୁ

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ
ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ

By

Published : Apr 27, 2022, 7:24 AM IST

ସମ୍ବଲପୁର: ଭିନ୍ନକ୍ଷମଙ୍କ ସମାଜିଜ ସୁରକ୍ଷା ଓ ସଶକ୍ତିକରଣ ପାଇଁ ରହିଥିବା ସରକାରୀ ଯୋଜନା ଓ ସହାୟତା ଆଦି ନେଇ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମ୍ବଲପୁର ତପସ୍ବିନୀ ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ 2 ଦିନ ଧରି ଚାଲିବ ।

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ

ବର୍ତ୍ତମାନ ଭିନ୍ନକ୍ଷମ ମାନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ତେବେ ବିଭିନ୍ନ ସମୟରେ ସଚେତନତା ଅଭାବରୁ ଏହି ଯୋଜନା ଗୁଡିକ ଗ୍ରାମାଞ୍ଚଳରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନି । ତେବେ ପଞ୍ଚାୟତ ପ୍ରତିନିଧିଙ୍କ ଦ୍ଵାରା ଏହା ହିତାଧିକାରୀଙ୍କ ପାଖକୁ ସହଜରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ପହଞ୍ଚି ପାରିବ । ଏଥିପାଇଁ ମଙ୍ଗଳବାର ସମ୍ବଲପୁର ତପସ୍ବିନୀ ପ୍ରେକ୍ଷାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏଥିରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକର ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ବ୍ଲକ ଉପାଧ୍ୟକ୍ଷ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ସରକାରୀ ଯୋଜନା ନେଇ ପଞ୍ଚାୟତ ପ୍ରତିନିଧିଙ୍କୁ ଅବଗତ କରାଯାଇ ଏହା ହିତାଧିକାରୀଙ୍କ ପାଖକୁ କିପରି ପହଞ୍ଚିବ ସେନେଇ ବିଭିନ୍ନ ପ୍ରକ୍ରିୟା ଓ ଦିଗ ନେଇ ଆଲୋଚନା ହୋଇଥିଲା।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details