ସମ୍ବଲପୁର: ଜିଲ୍ଲା ବାମରା କୁଚିଣ୍ଡା ରେଞ୍ଜ ବିଞ୍ଜିଖୋଲ ଜଙ୍ଗଲରୁ ଗୋଟିଏ ହାତୀର ମୃତଦେହ ଠାବ ହୋଇଛି । ସମ୍ବଲପୁର ଓ ସୁନ୍ଦରଗଡର ସୀମାବର୍ତ୍ତୀ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ କିଛି ଦିନ ହେବ ହାତୀଟି ଅସୁସ୍ଥ ହୋଇ ରହିଥିଲା ।
ବାମରା ବନଖଣ୍ଡରୁ ହାତୀର ମୃତଦେହ ଠାବ - elephant dead body rescue in sambalpur
ବାମରା କୁଚିଣ୍ଡା ରେଞ୍ଜ ବିଞ୍ଜିଖୋଲ ଜଙ୍ଗଲରୁ ଗୋଟିଏ ହାତୀର ମୃତଦେହ ଠାବ ହୋଇଛି । ସମ୍ବଲପୁର ଓ ସୁନ୍ଦରଗଡର ସୀମାବର୍ତ୍ତୀ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ
ବାମରା ବନଖଣ୍ଡରେ ହାତୀର ମୃତଦେହ ଠାବ
ହାତୀର ବେକରେ ଗଭୀର ଆଘାତ ଲାଗିଥିବା ସ୍ଥାନୀୟ ଲୋକ କହିଛନ୍ତି । ଯାହାଫଳରେ ହାତୀଟି ଖାଇବା ଓ ପିଇବାରେ ଅସୁବିଧା ଭୋଗୁଥିଲା । ଫଳରେ କ୍ଷତ ଠିକ ହୋଇ ଯନ୍ତ୍ରଣାରେ ହାତୀଟି ଛଟପଟ ହେଉଥିଲା । ପରେ ସେହି ସ୍ଥାନରେ ପଡି ରହି ହାତୀଟି ମୃତ୍ୟୁବରଣ କରିଥିବାର ଚର୍ଚ୍ଚା ହେଉଛି । ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।
ସମ୍ବଲପୁରରୁ ବାଦଶାହ ଜୁସ୍ନନ ରଣା, ଇଟିଭି ଭାରତ