ସମ୍ବଲପୁର :ସମ୍ବଲପୁରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଆଜି ସମ୍ବଲପୁର ପାନ୍ଥ ନିବାସସ୍ଥିତ ସମ୍ମିଳନୀ କକ୍ଷରେ ଶିକ୍ଷା ମନ୍ତ୍ରୀ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ସମ୍ବଲପୁର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଇଓ ଓ ବିଇଓ ମାନଙ୍କ ସହ ଶିକ୍ଷା ମନ୍ତ୍ରୀ ଏହି ସମୀକ୍ଷା ବୈଠକ କରିଛନ୍ତି ।
କୋଭିଡ ପାଇଁ ୨ବର୍ଷ ଭଲ ଭାବରେ ପାଠ ପଢା ହୋଇନଥିବାରୁ ବର୍ତ୍ତମାନ ଖରା ଛୁଟି ରଦ୍ଦ କରି ପାଠ ପଢା ହେଉଥିବା ବେଳେ ଏହା କିପରି ଭାବରେ ଚାଲିଛି ସେନେଇ ଆଲୋଚନା ହୋଇଛି । ଏହାସହ ଆଗାମୀ ଜୁନ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଥିବା ୫-ଟି ସ୍କୁଲ ଗୁଡିକ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା ।