ସମ୍ବଲପୁର:ଆସୁଛି ସାଧାରଣ ନିର୍ବାଚନ । ଆଉ ଠିକ ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁରରେ ଅନୁଷ୍ଠିତ ହୋଇଛି ଯୁଗ୍ମ ସମନ୍ବୟ ବୈଠକ । ନିର୍ବାଚନ ସମୟରେ ବେଆଇନ ମଦ କାରବାର ପ୍ରତ୍ୟେକ୍ଷରେ ବା ପରୋକ୍ଷରେ ଅସୁବିଧା ସୃଷ୍ଟି କରିଥାଏ । ନୀରିହ ଓ ଅଜ୍ଞ ଭୋଟରଙ୍କୁ ପ୍ରଭାବିତ କରିଥାଏ ଏହି ମଦ କାରବାର । ଏହା ଉପରେ କିପରି ରୋକ ଲଗାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି ।
ନିର୍ବାଚନ ବେଳେ ମଦ କାରବାର ନେଇ ଚିନ୍ତା, ଗଠନ ହେବ ସ୍ୱତନ୍ତ୍ର ସ୍କ୍ୱାର୍ଡ - supply
ନିର୍ବାଚନ ବେଳେ ବେଆଇନ ମଦ କାରବାରକୁ ନେଇ ଚିନ୍ତା। ଏହାକୁ ରୋକିବା ପାଇଁ ଏବେଠୁ ଚାଲିଛି ପ୍ରସ୍ତୁତି। ଉଭୟ ଓଡିଶା ଓ ଛତିଶଗଡ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ବୈଠକ କରିଛନ୍ତି। ଓଡ଼ିଶା ସରକାରଙ୍କ ସମ୍ବଲପୁର ଡିଭିଜନ, ବ୍ରହ୍ମପୁର ଡିଭିଜନ ଓ ଛତିଶଗଡ଼ ପୂର୍ବାଞ୍ଚଳ ଡିଭିଜନର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ। ଉଭୟ ରାଜ୍ୟର ପ୍ରତ୍ୟେକ ଷ୍ଟେସନରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ହୋଇଛି ନିଷ୍ପତ୍ତି ।
![ନିର୍ବାଚନ ବେଳେ ମଦ କାରବାର ନେଇ ଚିନ୍ତା, ଗଠନ ହେବ ସ୍ୱତନ୍ତ୍ର ସ୍କ୍ୱାର୍ଡ](https://etvbharatimages.akamaized.net/etvbharat/images/768-512-2570551-88-e019881d-4f2c-45e3-80ab-e55dfe3b0b35.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ମାଦ ମାଫିଆମାନେ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ସକ୍ରିୟ ହୋଇଉଠନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ରୋକିବା ଉଭୟ ଓଡିଶା ଓ ଛତିଶଗଡ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥାଏ । ତେଣୁ ରାଜ୍ୟ ରାଜ୍ୟ ମଧ୍ୟରେ କିପରି ସୂଚନା ଆଦାନ ପ୍ରଦାନ କରି ମଦ ମାଫିଆଙ୍କୁ ଗିରଫ କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରୁଛି ଅବକାରୀ ବିଭାଗ ।
ସମ୍ବଲପୁରରୁ ବାଦଶାହା ଜୁସମନ ରଣା, ଇଟିଭି ଭାରତ