ସମ୍ବଲପୁର: ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲରେ ଡବଲ ମର୍ଡର। ହତ୍ୟାକାଣ୍ଡରେ ଗୋଟିଏ ପରିବାରର2 ଭାଇ ପ୍ରାଣ ହରାଇଛନ୍ତି। ଆଉ ଜଣେ ଭାଇ ଗୁରୁତର ଅଛନ୍ତି। ଗୁରୁତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଟିଏ ଗୋଡ଼ କାଟି ଦିଆଯାଇଛି। ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହାସହ ଆଉ 2 ଜଣ ମଧ୍ୟ ଆହତ ଅଛନ୍ତି।
ଗାଁର ଜଣେ ଝିଅକୁ କମେଣ୍ଟ ଓ ମାରପିଟ ଘଟଣାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। କମେଣ୍ଟ ମାରିଥିବା ଯୁବଗୋଷ୍ଠୀଙ୍କୁ ଆକ୍ରମଣରେ ଗତରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ମାନେ ହେଲେ ଭଣ୍ଡାରୀମାଲ ତାଲିପଡାର ଶଶୀଭୂଷଣ କୁମରା ଓ ଅରବିନ୍ଦ କୁମରା। ଆହତ ଜଣକ ହେଲେ ବିଭୁତି ଭୂଷଣ କୁମୁରା ଓ ନନ୍ଦଲାଲ ଭୁଏ।