ସମ୍ବଲପୁର: ଜିଲ୍ଲାର ଅନ୍ୟତମ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି କୁହାଯାଉଥିବା ମୁଦୀପଡାର ଜାଗେଶ୍ୱର ବାବାଙ୍କ ବିବାହ ସମ୍ପନ୍ନ । ସାମାଜିକ ଦୂରତ୍ୱ ରଖି ମନ୍ଦିର ଭିତରେ ଅତି ନିରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବିବାହ ।
ସାମାଜିକ ଦୂରତା ରଖି ମୁଦୀପଡାର ବାବା ଜାଗେଶ୍ୱରଙ୍କ ବିବାହ ସମ୍ପନ୍ନ - ମୁଦୀପଡାର ବାବା ଜାଗେଶ୍ୱର
ମୁଦୀପଡାର ଜାଗେଶ୍ୱର ବାବାଙ୍କ ବିବାହ ସମ୍ପନ୍ନ । ଶୁକ୍ରବାର ମନ୍ଦିର ଭିତରେ ଯୁଗଳ ଦର୍ଶନ ପାଇଁ ନୀତି ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ। ଅଧିକ ପଢନ୍ତୁ...
ସାମାଜିକ ଦୂରତା ରଖି ମୁଦୀପଡାର ବାବା ଜାଗେଶ୍ୱରଙ୍କ ବିବାହ ସମ୍ପନ୍ନ
ବୁଧବାର ରାତି ପ୍ରାୟ 11ଟା ସମୟରେ ବାବା ଜାଗେଶ୍ୱରଙ୍କ ମହାଆଲତି ହୋଇଥିଲା। ଏହା ପରେ ବରଯାତ୍ରୀ ଶୋଭାଯାତ୍ରା ବାହାରିବାର ପରମ୍ପରା ଥିଲେ ମଧ୍ୟ ଲକ ଡାଉନ କଟକଣା ଯୋଗୁଁ ଏଥର ଶୋଭାଯାତ୍ରା ବାହାରି ନାହିଁ । ରାତି 3ଟାରୁ ସକାଳ 6ଟା ମଧ୍ୟରେ ଜାଗେଶ୍ୱର ବାବା ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ଶୁକ୍ରବାର ମନ୍ଦିର ଭିତରେ ଯୁଗଳ ଦର୍ଶନ ପାଇଁ ନୀତି ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ