ସମ୍ବଲପୁର:ଜିଲ୍ଲାରେ ସମଲେଇ ଯୋଜନା ପାଇଁ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ । ହେଲେ ବିସ୍ଥାପିତଙ୍କୁ କ୍ଷତିପୁରଣ ନ ମିଳିବାରୁ ସପରିବାରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ଘୁନଘୁଟିପଡାର ବାବୁଲ ପାତ୍ର । କ୍ଷତିପୂରଣ ଦିଆ ନ ଗଲେ ତଥା ଥଇଥାନ କରାନଗଲେ ସପରିବାର ଆତ୍ମହତ୍ୟା କରିବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ସମଲେଇ ଯୋଜନାରେ ବିସ୍ଥାପିତ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଧମକ - ସମଲେଇ ଯୋଜନା
ସମଳେଇ ଯୋଜନା ପାଇଁ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ । ହେଲେ ବିସ୍ଥାପିତଙ୍କୁ କ୍ଷତିପୁରଣ ନ ମିଳିବାରୁ ସପରିବାରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ଘୁନଘୁଟିପଡାର ବାବୁଲ ପାତ୍ର । ଅଧିକ ପଢନ୍ତୁ
ସମଳେଇ ବିସ୍ଥାପିତଙ୍କ ଆତ୍ମହତ୍ୟା ଚେତାବନୀ !
ସୂଚନା ଅନୁସାରେ, ସମଲେଇ ଯୋଜନାରେ ବାବୁଲ ପାତ୍ରଙ୍କ ଘର ଉଚ୍ଛେଦ କରାଯାଇଥିବାବେଳେ ତାଙ୍କର ମାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳିଥିଲା । ତେବେ ସେ ନିଜ ପରିବାର ସହ ଅଲଗା ରହୁଥିଲେ ମଧ୍ୟ ତାଙ୍କୁ କୌଣସି କ୍ଷତିପୂରଣ ମିଳିନଥିବାରୁ ସେ ବର୍ତ୍ତମାନ ନିଜ ପରିବାର ସହ ରହିବା ପାଇଁ ଘରଟିଏ ପାଇଁ ସଙ୍ଘର୍ଷ କରୁଛନ୍ତି । ରୋଜଗାରର କୌଣସି ପନ୍ଥା ନଥିବାରୁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ପରିବାର ସହ ଆଶ୍ରୟ ନେଇଛନ୍ତି ।
ଇଟିଭି ଭାରତ, ସମ୍ବଲପୁର