ସମ୍ବଲପୁର:ବକେୟା ଟଙ୍କା ଦାବି ନେଇ ସମ୍ବଲପୁର ମହାନଗର ନିଗମ ଅଫିସ ଘେରିଲେ ସଫେଇ କର୍ମଚାରୀ । 2 ବର୍ଷର ଏରିଅର ବାକି ଥିଲେ ମଧ୍ୟ ମହାନଗର ନିଗମ ସଫେଇ କର୍ମଚାରୀ ମାନଙ୍କୁ ତାଙ୍କର ନ୍ୟାର୍ଯ୍ୟ ପାଉଣା ମିଳି ନଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ମହାନଗର ନିଗମର ସଫେଇ କର୍ମଚାରୀମାନେ ମହାନଗର ନିଗମର ମୁଖ୍ୟ ଗେଟରେ ତାଲା ପକେଇ ଆନ୍ଦୋଳନ କରିଛନ୍ତି।
ବକେୟା ଟଙ୍କା ଦାବିରେ ଡେପୁଟି କମିଶନରଙ୍କୁ ଘେରିଲେ ସଫେଇ କର୍ମଚାରୀ
ସମ୍ବଲପୁର ମହାନଗର ନିଗମ ଅଫିସ ଘେରିଲେ ସଫେଇ କର୍ମଚାରୀ । ବକେୟା ଏରିଅର ଟଙ୍କା ଦାବି କରି ଡେପୁଟି କମିଶନରଙ୍କୁ ଘେରିଲେ । ଅଧିକ ପଢନ୍ତୁ...
ବକେୟା ଏରିଅର ଟଙ୍କା ଦାବି ନେଇ ଡେପୁଟି କମିଶନରଙ୍କୁ ଘେରିଲେ ସଫେଇ କର୍ମଚାରୀ
କେବଳ ସେତିକି ନୁହେଁ 2 ବର୍ଷର ବକେୟା ଏରିଅର ଟଙ୍କା ସହ ଅନ୍ୟାନ୍ୟ ବକେୟା ଟଙ୍କା କର୍ମଚାରୀଙ୍କୁ ମିଳିନି । ଏପରିକି ବାରମ୍ବାର ଦାବି କରିବା ସତ୍ତ୍ବେ ସଫେଇ ପାଇଁ ଆବଶ୍ୟକ ପଡୁଥିବା ସାମଗ୍ରୀ ମଧ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକଙ୍କ ଦୁଇ ଥରର ଏରିଅର ଟଙ୍କା ବାକି ରହିଛି । ତେବେ ଏହି ଟଙ୍କା ଯଥାଶୀଘ୍ର ଦିଆଯିବ ବୋଲି କୁହାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ