ସମ୍ବଲପୁର:ଶୀତ ଆସିବା ପରେ ସ୍ବାଭାବିକ ଭାବେ ଆସିଥାଏ ପର୍ଯ୍ୟଟନ ୠତୁ। ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ ବଢିଥାଏ । ପଶ୍ଚିମ ଓଡିଶାର ପ୍ରମୁଖ ଜିଲ୍ଲା ସମ୍ବଲପୁର ବଣ ଜଙ୍ଗଲରେ ପରିପୂର୍ଣ୍ଣ । ଏହି ଜିଲ୍ଲାରେ ରହିଛି ଦେବ୍ରିଗଗଡ ଅଭୟାରଣ୍ୟ (Debrigarh Wildlife Sanctuary) ।
ଏଠି ଏବେ ମଧ୍ୟ ଦ୍ବିଗୁଣିତ ହୋଇଛି ପର୍ଯ୍ୟଟକଙ୍କ ସଂଖ୍ୟା। ଏହା ସହ ଦେବ୍ରିଗଗଡକୁ ଲାଗି ରହିଥିବା ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା ବୋଟିଂ ସେବା ମଧ୍ୟ ଏବେ ଦେଶ ତଥା ଦେଶ ବାହାରର ପର୍ଯ୍ୟଟକଙ୍କ ଭିଡ ଜମୁଛି। ବନ ବିଭାଗ ପକ୍ଷରୁ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଆଥିତେୟତା ଯୋଗାଇ ଦିଆଯାଉଛି ।
ଗୋଟିଏ ପଟେ ଘଞ୍ଚ ଅରଣ୍ୟର ଜଙ୍ଗଲ ସଫାରୀ ତ ଅନ୍ୟପଟେ ହୀରାକୁଦ ଜଳଭଣ୍ଡାର (Hirakud Dam) ର ବିସ୍ତୀର୍ଣ୍ଣ ଜଳ ରାଶି । ଜଳଭଣ୍ଡାର ମଧ୍ୟରେ ବୋଟିଂ ର ମଜା ନେବାକୁ ପ୍ରତ୍ୟେକ ଦିନ ଏଠାରେ ଜାମୁଛି ପର୍ଯ୍ୟଟକଙ୍କ ଭିଡ। ବିଶେଷ କରି ଶୀତ ଋତୁ ଆସିବା ପରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜଙ୍ଗଲ ସଫାରୀ, ବୋଟିଂ ସହ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଦେଶୀ ବିଦେଶୀ ପକ୍ଷୀଙ୍କ ଦେଖିବାର ମଜା ନେଉଛନ୍ତି ପର୍ଯ୍ୟଟକ । ଏହାସହ ହାତୀ ,ବାଘ, ମୟୂର, ହରିଣ, ବାରହା ପରି ଜଙ୍ଗଲି ଯିବ ଜନ୍ତୁ ଦେଖିବାର ମଜା ନେଉଛନ୍ତି ପର୍ଯ୍ୟଟକ। ଏଠାରେ ପର୍ଯ୍ୟଟକଙ୍କ ରହଣି ପାଇଁ କଟେଜର ବ୍ୟବସ୍ଥା ମଧ୍ୟ କରିଛି ବନ ବିଭାଗ। ଫଳରେ କାଏକିଙ୍ଗ ଓ ବାର୍ଡିଂର ମଜା ନେଉଛନ୍ତି ପର୍ଯ୍ୟଟକ।