ସମ୍ବଲପୁର: ଦିଲ୍ଲୀରେ ଏମଆଇଏଚଏମ ଦ୍ବାରା ଆୟୋଜିତ ଜାତୀୟ ସ୍ତରୀୟ କୁଇନ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁରର ଝିଅ ଅର୍ପିତା ପୂଜାରୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଖୁବ କମ ଦିନରେ ଆୟୋଜକଙ୍କ ଦ୍ବାରା ଦିଆଯାଇଥିବା ବିଭିନ୍ନ କାମକୁ ସେ ଶେଷ କରିବା ସହ ଅର୍ପିତା ଟାଇଟଲ ବିଜୟିନୀ ହୋଇଛନ୍ତି ।
ଏମଆଇଏଚଏମ ସଂସ୍ଥା ଦ୍ବାରା ଜାତୀୟ ସ୍ତରୀୟ କୁଇନ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ କାମ ଦିଆଯାଇଥିଲା । ପରେ ୪୮ଜଣଙ୍କ ତାଲିକା ପ୍ରକାଶ ପାଇଥିଲା ବେଳେ ଏଥିରେ ଅର୍ପିତାଙ୍କ ନାମ ରହିଥିଲା। ସଂସ୍ଥା ପକ୍ଷରୁ ତାଙ୍କୁ ସୋସାଇଟି ପାଇଁ କଣ କରି ପାରିବେ ବୋଲି ପ୍ରଶ୍ନ ହୋଇଥିଲା । ଏଥିରେ ସେ ଷ୍ଟ୍ରିଟ ଆନିମଲ ଓ ସେଭ ଗାର୍ଲ ଚାଇଲ୍ଡ ଉପରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ସଂସ୍ଥା ପକ୍ଷରୁ ତାଙ୍କୁ ଷ୍ଟିଟ ଆନିମଲ ଉପରେ କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା । ଅର୍ପିତା ଗୋଟିଏ ସପ୍ତାହ ଭିତରେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ଟାକ୍ସ ପୂରଣ କରିଥିଲେ । ସେ ଜୁଲାଇ ୪ ତାରିଖରେ ଏହା ସମ୍ପନ୍ନ କରିଥିଲେ। ପରେ ୧୦ ଦିନ ମଧ୍ୟରେ ତାଙ୍କ ରେଜଲ୍ଟ ଆସିଥିବା ଅର୍ପିତା ପ୍ରକାଶ କରିଛନ୍ତି ।