ଓଡିଶା

odisha

ETV Bharat / city

ଏଣିକି କୋଭିଡ ନିୟମ ପାଳନ ନକଲେ ରୁଜୁ ହେବ ମାମଲା - କୋରୋନା ଭାଇରସ ଲକ୍ଷଣ

2 ଦିନ ତଳେ ସମ୍ବଲପୁର ଜିଲ୍ଲାରେ ମୋଟ 45 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତକାଲି ମୋଟ 82 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ଭଳି ସ୍ଥିତିରେ ସମ୍ବଲପୁର ପୋଲିସ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଅମାନିଆଙ୍କ ପାଇଁ ପୋଲିସ ଆହୁରି କଠୋର ପଦକ୍ଷେପ ନେବାକୁ ଯାଉଛି ବୋଲି ସମ୍ବଲପୁର ଏସପି କହିଛନ୍ତି । ଅଧିକ ପଢନ୍ତୁ...

sambalpur covid19 special drive
ଏଣିକି କୋଭିଡ ନିୟମ ପାଳନ ନକଲେ ଦୋକାନ ସିଲ ହେବା ସହ ରୁଜୁ ହେବ ମାମଲା

By

Published : Apr 10, 2021, 9:35 AM IST

ସମ୍ବଲପୁର: ଦିନକୁ ଦିନ ସମ୍ବଲପୁରରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । 2 ଦିନ ତଳେ ସମ୍ବଲପୁର ଜିଲ୍ଲାରେ ମୋଟ 45 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତକାଲି ମୋଟ 82 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଗକୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା 100 ଟପିଯିବାର ସମ୍ଭାବନା ରହିଛି ।

ଏଣିକି କୋଭିଡ ନିୟମ ପାଳନ ନକଲେ ଦୋକାନ ସିଲ ହେବା ସହ ରୁଜୁ ହେବ ମାମଲା

ସମ୍ବଲପୁର ପୋଲିସ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି । ତେବେ ଅମାନିଆଙ୍କ ପାଇଁ ପୋଲିସ ଆହୁରି କଠୋର ପଦକ୍ଷେପ ନେବାକୁ ଯାଉଛି ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଆଗକୁ ଆହୁରି କଡା କଡ଼ି ହେବ ମାସ୍କ ଚେକିଂ। କୋଭିଡ କଟକଣା ନମାନିଲେ ଆହୁରି କଠୋର ହେବ କାର୍ଯ୍ୟାନୁଷ୍ଠାନ। ତେବେ ଦୋକାନ ଓ ସୋ ରୁମ ଗୁଡ଼ିକ ରେ ସାମାଜିକ ଦୂରତ୍ବ ବଜାୟ ରହୁନଥିବା ଏସ ପି କହିଛନ୍ତି । ଯଦି ଆଗକୁ କୌଣସି ଦୋକାନ କିମ୍ବା ଶୋ’ ରୁମରେ କୋଭିଡ ନିୟମ ପାଳନ ଭଙ୍ଗ ହେଉଥିବା ନଜରକୁ ଆସିଲେ ପ୍ରଥମ ଥର 50 ହଜାର ଓ ଦ୍ଵିତୀୟ ଥର ଧାରା ପଡିଲେ 1ଲକ୍ଷ ପର୍ଯ୍ୟନ୍ତ ହେବ ଜୋରିମାନା। ଏଥିରେ ଲୋକ ନମାନିଲେ ଦୋକାନକୁ ସିଲ କରାଯିବା ସହ ମାମଲା ମଧ୍ୟ ରୁଜ୍ଜୁ ହେବ ବୋଲି ଏସପି ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି।

ଏଥିପାଇଁ ଆଜିଠାରୁ ପ୍ରତ୍ୟେକ ଥାନାରେ ଗୋଟିଏ ଲେଖାଏଁ ଟିମ ଗଠନ କରାଯାଇଛି ଯାହା ଦୋକାନ ଓ ସୋ ରୁମ ଗୁଡିକ ପରିଦର୍ଶନ କରି ଯାଞ୍ଚ କରିବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details