ଓଡିଶା

odisha

ETV Bharat / city

ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ ଷ୍ଟାଫନର୍ସଙ୍କ ଧାରଣା - କୋଭିଡ ଷ୍ଟାଫନର୍ସଙ୍କ ଧାରଣା

ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ ଷ୍ଟାଫନର୍ସଙ୍କ ଧାରଣା । ସ୍ଥାୟୀ ନିଯୁକ୍ତି ଦାବି ନେଇ ଚାଲିଛି ଧାରଣା । ଅଧିକ ପଢନ୍ତୁ...

covid staff nurse dharana in sambalpur
ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ ଷ୍ଟାଫନର୍ସଙ୍କ ଧାରଣା

By

Published : Dec 14, 2020, 7:29 PM IST

ସମ୍ବଲପୁର: ସମ୍ବଲପୁରରେ ଜାରି ରହିଛି କୋଭିଡ ଷ୍ଟାଫ ନର୍ସଙ୍କ ଧାରଣା। ସ୍ଥାୟୀ ନିଯୁକ୍ତି ଦାବି ନେଇ କିଛି ଦିନ ହେଲା ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟାଫ ନର୍ସମାନେ ଆନ୍ଦୋଳନ କରୁଥିବା ବେଳେ ଆଜି ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। କୋଭିଡ ଷ୍ଟାଫ ନର୍ସମାନେ ଯୁକ୍ତି କରିଛନ୍ତି ଯେ ଯେତେବେଳେ କୋଭିଡ ମହାମାରୀ କରାଳ ରୂପ ଧାରଣ କରିଥିଲା ସେତେବେଳେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇ ତାଙ୍କର ବ୍ୟବହାର କରିଛନ୍ତି। ସେହି ସମୟରେ ଏହି ଷ୍ଟାଫ ନର୍ସମାନେ ବହୁ ବିପଦପୁର୍ଣ୍ଣ ପରିସ୍ଥିତିରେ ରୋଗୀ ସେବା କରିଛନ୍ତି।

ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ ଷ୍ଟାଫନର୍ସଙ୍କ ଧାରଣା

ତେବେ ବର୍ତ୍ତମାନ ସରକାର ତାଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ ନୁଆ ପଦବୀ ପାଇଁ ଵିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ସମସ୍ତ କୋଭିଡ ଷ୍ଟାଫ ନର୍ସଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ଦାବି ହୋଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details