ଓଡିଶା

odisha

କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟ କରିବ ଜିଲ୍ଲା ଚିକିତ୍ସାଳୟର ଗୋଟିଏ ବ୍ଲକ

By

Published : Apr 27, 2021, 10:11 PM IST

ପୁଣି କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେବ ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟର ଗୋଟିଏ ବ୍ଲକ । ଏପ୍ରିଲ 28 ତାରିଖରୁ ଏହି ବ୍ଲକକୁ କାର୍ଯ୍ୟକାରୀ କରାଯିବ । ଅଧିକ ପଢ଼ନ୍ତୁ...

କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟ କରିବ ଜିଲ୍ଲା ଚିକିତ୍ସାଳୟର ଗୋଟିଏ ବ୍ଲକ
କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟ କରିବ ଜିଲ୍ଲା ଚିକିତ୍ସାଳୟର ଗୋଟିଏ ବ୍ଲକ

ସମ୍ବଲପୁର:ପୁଣି କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେବ ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟର ଗୋଟିଏ ବ୍ଲକ । ଏପ୍ରିଲ 28 ତାରିଖରୁ ଏହି ବ୍ଲକକୁ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଚିକିତ୍ସାଳୟରେ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି ।

କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟ କରିବ ଜିଲ୍ଲା ଚିକିତ୍ସାଳୟର ଗୋଟିଏ ବ୍ଲକ

ଗତବର୍ଷ ମହାମାରୀ ଯୋଗୁଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ ଭାବେ କୋଭିଡ ହସ୍ପିଟାଲ ଭାବେ ରୂପାନ୍ତର କରାଯାଇଥିଲା। ଏଠାରେ କୋଭିଡ ହସ୍ପିଟାଲର ସମସ୍ତ ଭିତ୍ତିଭୂମି ଉପଲବ୍ଧ ରହିଛି । ତେବେ ଚଳିତ ବର୍ଷ ସମ୍ପୂର୍ଣ୍ଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ ହସ୍ପିଟାଲ ରୂପ ଦିଆଯିବ ନାହିଁ । କେବଳ ଏହାର ଏକ ନିର୍ଦ୍ଧିଷ୍ଟ ବ୍ଲକ କୁ କୋଭିଡ ହସ୍ପିଟାଲ କରାଯିବ । ଏହି କୋଭିଡ ହସ୍ପିଟାଲରେ 200 ଶଯ୍ୟା ରହିବା ସହ 85 ଆଇସିୟୁ ରହିବ।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଣକୋଭିଡ ରୋଗୀଙ୍କ ପାଇଁ ସେବା ପୂର୍ବ ପରି ଜାରି ରହିବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା । ଏହାସହ ଉଭୟ କୋଭିଡ ଓ ଅଣକୋଭିଡ ରୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ଡାକ୍ତର ନିୟୋଜିତ ହେବେ ବୋଲି ସେ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ କୋଭିଡ ହସ୍ପିଟାଲ ପାଇଁ ଉଚିତ ପଦକ୍ଷେପ ନେଉଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details