ଓଡିଶା

odisha

ETV Bharat / city

କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ - Ankan Naik examines his body

କୋରୋନା ଟୀକାକୁ ନିଜ ଶରୀରରେ ପରୀକ୍ଷଣ ପାଇଁ ସ୍ବେଚ୍ଛାସେବୀ ଭାବେ ଆଗେି ଆସିଲେ ସମ୍ବଲପୁରର ଅଙ୍କନ ନାଏକ । ନିଜ ଶରୀରରେ କଲେ ପରୀକ୍ଷା । ଅଧିକ ପଢନ୍ତୁ...

କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ
କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ

By

Published : Jun 22, 2020, 7:40 AM IST

Updated : Jun 22, 2020, 8:17 AM IST

ସମ୍ବଲପୁର: ଏବେ ସାରା ବିଶ୍ବରେ କୋରୋନା ଆତଙ୍କ ଖେଳାଇଛି ଦେଇଛି । ବିଶ୍ବରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ କୋରୋନାରେ ମୃତ୍ୟୁବରଣ କରୁଛନ୍ତି । ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ଏବେ କୋଭିଡ 19 ଟୀକା ତିଆରି ପାଇଁ ଗବେଷଣା କରୁଛନ୍ତି ।

କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ମଧ୍ୟ ବର୍ତ୍ତମାନ ଏହି ଟୀକା ତିଆରି ପାଇଁ ଗବେଷଣା କରୁଛନ୍ତି । ଯାହାର ସଫଳତା ପାଇଁ ପରୀକ୍ଷାମୂଳକ ଭାବେ ଅନେକ ଲୋକଙ୍କୁ ଏହି ଟୀକା ଦିଆଯାଉଛି । ଆଉ ଏହି ଟୀକାର ପରୀକ୍ଷା ପାଇଁ ବର୍ତ୍ତମାନ ସେମାନଙ୍କୁ 10 ହଜାର ସ୍ବେଚ୍ଛାସେବୀଙ୍କର ଆବଶ୍ୟକ ପଡୁଥିବାବେଳେ ସମ୍ବଲପୁରର ଯୁବକ ଅଙ୍କନ ନାଏକ ଏହି ଗବେଷଣାରେ ସ୍ବେଚ୍ଛାସେବୀ ସାଜିଛନ୍ତି । ଟୀକା ମଧ୍ୟ ନେଇଛନ୍ତି ।

କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ

ସମ୍ବଲପୁରର ଅଙ୍କନ ନାଏକ । ସେ 5 ବର୍ଷ ହେଲା ସେଠାରେ ରହି ଆସୁଛନ୍ତି । ସେଠିକାର ସ୍ଥାନୀୟ ଖବରକାଗଜରେ କୋଭିଡ19 ଟୀକା ପାଇଁ ସ୍ବେଚ୍ଛାସେବୀ ଆବଶ୍ୟକତା ଥିବାର ଜାଣି ସେ ଅକ୍ସଫୋର୍ଡ ୟୁନିଭର୍ସିଟିକୁ ଯାଇଥିଲେ । ସେଠାରେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ

ଏହା ପରେ ତାଙ୍କର ରକ୍ତ ପରୀକ୍ଷା କରାଯିବା ସହ ମେଡିକାଲ ହିଷ୍ଟ୍ରି ଦେଖାଯାଇଥିଲା । ସବୁ କିଛି ସ୍ବାଭାବିକ ଥିବା ପରେ ତାଙ୍କୁ ଏହି ଟୀକା ତିଆରିର ଉଦ୍ଦେଶ୍ୟ ଓ ସମ୍ଭାବ୍ୟ ସାଇଡ ଇଫେକ୍ଟ ବାବଦରେ ଅବଗତ କରାଯାଇଥିଲା । ଏହା ପରେ ତାଙ୍କ ଦେହରେ ଟୀକାର ପ୍ରୟୋଗ କରାଯାଇଛି ।

କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ

ଏହାସହ ଏହି ଗବେଷଣା ଆସନ୍ତା 6 ମାସ ଧରି ଚାଲିବାକୁ ଥିବାରୁ ତାଙ୍କୁ ମାସକ ପରେ, 3 ମାସ ପରେ ଓ 6 ମାସ ପରେ ଦେଖା କରିବାକୁ ଆସିବାକୁ ପଡିବ ବୋଲି କୁହାଯାଇଛି । ସେହିପରି ତାଙ୍କ ଦେହରେ ଅଗାମୀ 6 ମାସ ମଧ୍ୟରେ ପ୍ରତ୍ୟେକ ଦିନ କଣ ସବୁ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ତାର ତଥ୍ୟ ଦେବାକୁ ଏକ ଇ-ଡାଏରି ଦିଆଯାଇଥିବା ଅଙ୍କନ କହିଛନ୍ତି । ତେବେ ଏହି ଭେକ୍ସିନ ସଫଳ ହେବ ଓ ବିଶ୍ବବାସୀଙ୍କୁ କୋରୋନାରୁ ମୁକ୍ତି ଦେବ ବୋଲି ସେ ଆଶା ରଖିଛନ୍ତି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

Last Updated : Jun 22, 2020, 8:17 AM IST

ABOUT THE AUTHOR

...view details