ଓଡିଶା

odisha

By

Published : Jul 26, 2021, 12:33 PM IST

ETV Bharat / city

ଯୁଜୁମୁରାରେ ଟ୍ରକ-କାର ମୁହାଁମୁହିଁ ଧକ୍କା, 2 ମୃତ

ସମ୍ବଲପୁର ଯୁଜୁମୁରାରେ ଟ୍ରକ ଓ କାର ଧକ୍କାରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଯୁଜୁମୁରାରେ ଟ୍ରକ-କାର ମୁହାଁମୁହିଁ ଧକ୍କା, 2 ମୃତ
ଯୁଜୁମୁରାରେ ଟ୍ରକ-କାର ମୁହାଁମୁହିଁ ଧକ୍କା, 2 ମୃତ

ସମ୍ବଲପୁର:ଜିଲ୍ଲାର ଯୁଜୁମୁରା ଥାନା ଅନ୍ତର୍ଗତ କୟାକୁଦରେ ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କାର-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମୃତକ ୨ ଜଣ ରାଉରକେଲା ଅଞ୍ଚଳର ବୋଲି ଜଣାପଡିଛି । ତେବେ କାରରେ ଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୨ଜଣ ଗୁରୁତର ଭାବେ ଆହତ ହୋଇଥିବା ଆଉ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ପ୍ରଥମେ ଯୁଜୁମୁରା ଓ ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁସରେ ରାତି ପ୍ରାୟ ୨ଟା ସମୟରେ ଭାରସାମ୍ୟ ହରାଇ କାରକୁ ଧକ୍କା ଦେଇଥିଲା ଟ୍ରକ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details