ଓଡିଶା

odisha

By

Published : May 22, 2022, 8:22 PM IST

ETV Bharat / city

ସାଂସଦ ସୁରେଶ ପୂଜାରୀଙ୍କୁ ଭେଟିଲେ ସାହାରା ଇଣ୍ଡିଆର ଏକ ପ୍ରତିନିଧି ଦଳ

ଆଜି ସମ୍ବଲପୁର ଠାରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ବାସଗୃହରେ ଅର୍ଥ ଜମାକାରୀ ସଂସ୍ଥା ସାହାରା ଇଣ୍ଡିଆର ଏକ ପ୍ରତିନିଧି ଦଳ ସାଂସଦଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ

ସାହାରା ଇଣ୍ଡିଆ ଜମାକାରୀ ଓ କର୍ମଚାରୀର ସାଂସଦଙ୍କୁ ଦାବିପତ୍ର
ସାହାରା ଇଣ୍ଡିଆ ଜମାକାରୀ ଓ କର୍ମଚାରୀର ସାଂସଦଙ୍କୁ ଦାବିପତ୍ର

ସମ୍ବଲପୁର : ଆଜି ସମ୍ବଲପୁର ଠାରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ବାସଗୃହରେ ଅର୍ଥ ଜମାକାରୀ ସଂସ୍ଥା ସାହାରା ଇଣ୍ଡିଆର ଏକ ପ୍ରତିନିଧି ଦଳ ସାଂସଦଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି । ମୁଖ୍ୟତଃ ସାହାରା ଇଣ୍ଡିଆ ଓ ସେବି ମାମଲାର ସମାଧାନ ୧୦ବର୍ଷ ହେଲା ହୋଇନଥିବାରୁ ଏହାଦ୍ୱାରା ଅର୍ଥ ଜମାକାରୀ ଓ ସାହାରା କର୍ମଚାରୀଙ୍କ ଉପରେ ଉପୁଜୁଥିବା ସମସ୍ୟା ନେଇ ପ୍ରତିନିଧି ଦଳ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ।

ସାହାରା ଇଣ୍ଡିଆ ଜମାକାରୀ ଓ କର୍ମଚାରୀର ସାଂସଦଙ୍କୁ ଦାବିପତ୍ର

ସାହାରାର ୨୪ହଜାର କୋଟି ଟଙ୍କା ସେବି ପାଖରେ ଜମା ପଡିଛି । ଅନ୍ୟପଟେ ୨୦୧୮ର ବାର୍ଷିକ ରିପୋର୍ଟରେ ସେବି ଏହି ଜମା ଟଙ୍କା ପାଇଁ ଦାବିଦାର ନଥିବା ଘୋଷଣା କରିଥିବାବେଳେ ସୁପ୍ରିମକୋର୍ଟର ନିର୍ଦ୍ଦେଶ କ୍ରମେ ଏହି ଟଙ୍କା ସୁଧ ସହ ସାହାରାକୁ ହସ୍ତାନ୍ତର ହେବା କଥା ବୋଲି ଏହି ପ୍ରତିନିଧି ଦଳ କହିଛି । ତେବେ ଏମିତି ନହେବାରୁ ସାହାରାର କର୍ମଚାରୀ ଓ ଜମାକାରୀ ଉଭୟ ଅସୁବିଧାରେ ପଡ଼ୁଛନ୍ତି ବୋଲି ପ୍ରତିନିଧି ଦଳ କହିଛି।ଏହା ସହ ସାହାରାର ସବୁ ସମ୍ପତ୍ତିରେ ଏମବାର୍କ ଲଗାଯାଇଥିବାରୁ ସମସ୍ୟା ଆହୁରି ବଢିଛି ବୋଲି ଏହି ପ୍ରତିନିଧି ଦଳ କହିଛି । ସାଂସଦ ଷ୍ଟାଣ୍ଡିଙ୍ଗ କମିଟିରେ ଏନେଇ ତଥ୍ୟ ରଖିବାକୁ ଦାବି କରିଛି ଦଳ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details