ଓଡିଶା

odisha

ETV Bharat / city

କୋଭିଡ କଟକଣା ଭିତରେ ସମ୍ବଲପୁରରେ ପାଳିତ ହେଲା ଛଟ ପର୍ବ - ସମ୍ବଲପୁରରେ ପାଳିତ ହେଲା ଛଟ ପର୍ବ

କୋଭିଡ ପାଇଁ ଛଟ ପର୍ବର ମାହୋଲ ଏଥର ସଂପୂର୍ଣ୍ଣ ଫିକା ପଡିଯାଇଥିଲା । ତେବେ କଟକଣା ମଧ୍ୟରେ ସବୁ ପର୍ବ ପରି ଏହି ପର୍ବକୁ ବିହାରୀ ସଂପ୍ରଦାୟର ମହିଳାମାନେ ଅତି ଶ୍ରଦ୍ଧାପୂର୍ବକ ପାଳନ କରିଛନ୍ତି । ଅଧିକ ଖବର ପଢନ୍ତୁ...

କୋଭିଡ କଟକଣା ଭିତରେ ସମ୍ବଲପୁରରେ ପାଳିତ ହେଲା ଛଟ ପର୍ବ
କୋଭିଡ କଟକଣା ଭିତରେ ସମ୍ବଲପୁରରେ ପାଳିତ ହେଲା ଛଟ ପର୍ବ

By

Published : Nov 21, 2020, 7:16 PM IST

ସମ୍ବଲପୁର: କୋଭିଡ୍‌ କଟକଣା ମଧ୍ୟରେ ବିହାରୀ ସଂପ୍ରଦାୟଙ୍କ ମହାନ୍‌ ପର୍ବ ଛଟ ପାଳିତ ହୋଇଛି । ଏହି ପର୍ବର ନିୟମ ଅନୁଯାୟୀ ବିଭିନ୍ନ ଜଳାଶୟ ଏବଂ ନଦୀ ତୁଠରେ ଉଦିତ ଏବଂ ଅସ୍ତର୍ଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥାଏ । ମାତ୍ର ଚଳିତ ବର୍ଷ କୋରୋନା ପାଇଁ ସର୍ବସାଧାରଣ ଘାଟ ଓ ନଦୀ ତୁଠରେ ଅର୍ଘ୍ୟ ପ୍ରଦାନ ଉପରେ କଟକଣା ଲାଗୁ କରାଯାଇଛି । ତେବେ ସମ୍ବଲପୁରରେ ଛଟ ବ୍ରତଧାରି ନିଜ ଘରେ ପଲିଥିନ୍‌ରେ ଅସ୍ଥାୟୀ ଜଳାଶୟ ପ୍ରସ୍ତୁତ କରି ସେଠାରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଥିବା ଦେଖାଯାଇଛି।

ତେବେ କୋଭିଡ ପାଇଁ ଛଟର ମାହୋଲ ଏଥର ସଂପୂର୍ଣ୍ଣ ଫିକା ପଡିଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ନଦୀ ଓ ପୋଖରୀ କୂଳରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । କଟକଣା ମଧ୍ୟରେ ସବୁ ପର୍ବ ପରି ଏହି ପର୍ବକୁ ବିହାରୀ ସଂପ୍ରଦାୟର ମହିଳାମାନେ ଅତି ଶ୍ରଦ୍ଧାପୂର୍ବକ ପାଳନ କରିଛନ୍ତି ।

କୋଭିଡ କଟକଣା ଭିତରେ ସମ୍ବଲପୁରରେ ପାଳିତ ହେଲା ଛଟ ପର୍ବ

ତୁଠରେ ନ ହେଲା ନାହିଁ, ନିଜ ନିଜ ଘରେ ବିଶେଷ ଆୟୋଜନ କରି ରୀତିନୀତି ଅନୁଯାୟୀ ଏହି ପର୍ବ ପାଳନ କରାଯାଇଥିବା ଦେଖାଯାଇଛି । କେହି କେହି ନିଜ ଘରେ କିମ୍ବା କଲୋନିରେ ପଲିଥିନ୍‌ରେ ଅସ୍ଥାୟୀ ଜଳାଶୟ ପ୍ରସ୍ତୁତ କରି ସେଠାରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଥିବା ଦେଖାଯାଇଛି । ଛଟ୍ ପୂଜା ସଂଧ୍ୟାରେ ସମ୍ବଲପୁର ସହରର ମହାନଦୀର ସମସ୍ତ ଘାଟରେ କଟକଣା ପାଇଁ ଜନଶୂନ୍ୟ ପରିସ୍ଥିତି ଦେଖାଦେଇଥିଲା ।

ଛଟ୍ ପୁଜା ପାଇଁ ଜନସମାଗମକୁ ରୋକିବା ପାଇଁ ବିଭିନ୍ନ ନଦୀ ଘାଟରେ ପୋଲିସ ବ୍ୟବସ୍ଥା ମଧ୍ୟ କରିଥିଲା ଜିଲ୍ଲା ପୋଲିସ ପ୍ରଶାସନ । ବ୍ରତଧାରୀମାନେ ନିଜ ଘର, କ୍ୱାର୍ଟର୍ସ, ଖାଲିସ୍ଥାନରେ ଗାତ ଖୋଳି ତାର୍‌ପୋଲିନ୍‌ ବିଛାଇ ଅସ୍ଥାୟୀ ଜଳାଶୟ ତିଆରି କରିଥିଲେ ।

ଗତ ଅପରାହ୍‌ଣରେ ବ୍ରତଧାରୀମାନେ ଘରେ ସ୍ନାନ କରି ସପରିବାରେ କୃତ୍ରିମ ଜଳାଶୟ ନିକଟକୁ ଆସିଥିଲେ। ନିୟମ ଅନୁଯାୟୀ ପରିବାରର ଜଣେ ଘରେ ପ୍ରସ୍ତୁତ ଖୁଡୁମା, ଠେକୁଆ ସହିତ ମିଳୁଥିବା ଫଳ, ଅଦା, ଆଖୁ, ମୂଳା, ପିଜୁଳି, ପାଣି ସିଙ୍ଗଡ଼ା, ବାତାପି, ସେଓ, କଦଳୀ ଆଦି ପ୍ରସାଦକୁ ଗୋଟିଏ ଟୋକେଇରେ ଧରି ଦୀପ ଓ ଧୂପ ଦେଇ ଅସ୍ତମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । ଚଳିତ ବର୍ଷ ଛଟ୍‌ ପୂଜାରେ ବ୍ରତଧାରୀ ମାନେ ସୂର୍ଯ୍ୟ ଦେବାଙ୍କୁ ଅର୍ଘ୍ୟ ପ୍ରଦାନ କରିବା ସହ ମହାମାରି କୋଭିଡ ରୁ ସମଗ୍ର ମାନବଜାତିଙ୍କୁ ରକ୍ଷା କରିବା ପାଇଁ ପ୍ରାଥନା କରିଥିଲେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details