ଓଡିଶା

odisha

By

Published : Nov 11, 2021, 6:43 PM IST

ETV Bharat / city

ହିତସରା ଜଙ୍ଗଲରେ 50 ଲକ୍ଷ ଟଙ୍କା ଊର୍ଦ୍ଧ୍ବର ଗଞ୍ଜେଇ ଚାଷ, ୩ ଗିରଫ

ବଢିବାରେ ଲାଗିଛି ନିଶା କାରବାର । ସମ୍ବଲପୁର ହିତସରା ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଗଞ୍ଜେଇ ଚାଷ କରୁଥିବା ଅଭିଯୋଗ ରେ 3 ଗିରଫ
ଗଞ୍ଜେଇ ଚାଷ କରୁଥିବା ଅଭିଯୋଗ ରେ 3 ଗିରଫ

ସମ୍ବଲପୁର :ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନା ଅଞ୍ଚଳର ହିତସରା ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗାଁର ସୁମନ୍ତ ସାହୁ, ଶ୍ରୀବତ୍ସ ଦେହୁରୀ ଓ ଶ୍ରୀକର ଦେହୁରୀ ବୋଲି ଜଣାପଡିଛି । ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଏନେଇ ସୂଚନା ଦେଇଛନ୍ତି।

ଗଞ୍ଜେଇ ଚାଷ କରୁଥିବା ଅଭିଯୋଗ ରେ 3 ଗିରଫ

ସୂଚନା ଅନୁସାରେ, ଗତ 9 ତାରିଖରେ ସମ୍ବଲପୁରର ହିତସରା ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇଥିଲା ପୋଲିସ । ପରେ ଜିଲ୍ଲା ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ହିତସରା ଜଙ୍ଗଲରେ ଚଢାଉ କରାଯାଇଥିଲା । ପରେ ଚାଷ ହୋଇଥିବା 3350ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଜଙ୍ଗଲ ଭିତରେ 5ଟି ସ୍ଥାନରେ 31 ଡ଼ିସିମିଲ ଜମିରେ ଏହି ଗଞ୍ଜେଇ ଚାଷ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ 50 ଲକ୍ଷ 25 ହଜାର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details