ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲର ଦାନ୍ତ ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ସ୍ବାଇଁ ଏଡସ ରୋଗୀଙ୍କ ଅସ୍ତ୍ରୋପଚାର କରିବା ଘଟଣା ପ୍ରଘଟ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଧୀକ୍ଷକ ଲାଲ ମୋହନ ନାଏକ । ସେ କହିଛନ୍ତି ଏଡସ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଅନ୍ୟ ରୋଗୀଙ୍କୁ ଅସ୍ତ୍ରୋପଚାର କରିବା ପୂର୍ବରୁ ଉପଯୁକ୍ତ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ସେଥିପାଇଁ ଅନ୍ୟ ରୋଗୀଙ୍କୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି ଅଧୀକ୍ଷକ।
ଏନେଇ ଆଜି ଅଧୀକ୍ଷକ କହିଛନ୍ତି ଯେ, ‘ଏହା ଆମ ନିଜ ୱାର୍ଡ ଭିତର କଥା, ସେଥିପାଇଁ କୌଣସି ତଦନ୍ତ ହେବନାହିଁ। ଏଥିରେ ରୋଗୀମାନେ ବିପଦମୁକ୍ତ ଓ ଅନ୍ୟ ରୋଗୀଙ୍କୁ ଅସ୍ତ୍ରୋପଚାର ପୂର୍ବରୁ ଭିନ୍ନ ଉପକରଣରେ ଅସ୍ତ୍ରୋପଚାର କରାଯାଇଛି।’ ତେବେ ଏଡସ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଆଉ କେତେ ଲୋକଙ୍କ ଅସ୍ତ୍ରୋପଚାର କରାଯାଇଛି, ତାର ଯାଞ୍ଚ ହେବ ବୋଲି ଅଧୀକ୍ଷକ କହିଛନ୍ତି ।