ଓଡିଶା

odisha

ETV Bharat / city

ତେଜୁଛି ମଣ୍ତି ସମସ୍ୟା: 29ରେ ଧାରଣା ଦେବ ବିଜେପି - bjp will strike in westrn odisha

ତେଜୁଛି ପଶ୍ଚିମ ଓଡିଶା ଚାଷୀଙ୍କ ମଣ୍ତି ସମସ୍ୟା । 29ରେ ପଶ୍ଚିମ ଓଡ଼ିଶାର 5ଟି ସଂସଦୀୟ କ୍ଷେତ୍ରର ସମସ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେରେ ବିଜେପି ଦେବ ଧରଣା। ଅଧିକ ପଢନ୍ତୁ...

bjp will strike in westrn odisha for mondi problem
ତେଜୁଛି ମଣ୍ତି ସମସ୍ୟା:29ରେ ଧାରଣା ଦେବ ବିଜେପି

By

Published : Jan 25, 2021, 9:50 PM IST

ସମ୍ବଲପୁର : ଆସନ୍ତା 29ରେ ପଶ୍ଚିମ ଓଡ଼ିଶାର 5ଟି ସଂସଦୀୟ କ୍ଷେତ୍ର ସହ ବୌଦ୍ଧ ଜିଲ୍ଲାରର ସମସ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଜେପି ଦେବ ଧାରଣା। ଚାଷୀଙ୍କ ସମସ୍ୟାର ସମାଧାନ ନେଇ ସରକାରଙ୍କୁ ଦିଆଯାଇଥିବା 72 ଘଣ୍ଟାର ମହଲତ । ମହଲତ ସରିଲା ପରେ ଆଜି(ସୋମବାର) ସମ୍ବଲପୁରରେ ହୋଇଥିବା ବିଜେପି ନେତାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି।

ତେଜୁଛି ମଣ୍ତି ସମସ୍ୟା:29ରେ ଧାରଣା ଦେବ ବିଜେପି

ଏହି ବୈଠକ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର,ରେଙ୍ଗାଲୀ ବିଧାୟକ ନାଉରୀ ନାଏକ,ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୂର୍ବତନ ସାଂସଦ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ବିଧାୟକ ରବି ନାଏକ,ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।29 ତାରିଖର ଆନ୍ଦୋଳନ ପରେ ମଧ୍ୟ ସମସ୍ୟାର ସମାଧାନ ସରକାର ନବାହାର କଲେ ଆଗକୁ ସମସ୍ତ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ବିଜେପି।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details