ଓଡିଶା

odisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ବିଜେପିର ଧାରଣା

By

Published : Jul 7, 2021, 7:59 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ଅଧିକ ପଢନ୍ତୁ...

bjp protest in dhankouda block for demand of awas yajona
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ବିଜେପିର ଧାରଣା

ସମ୍ବଲପୁର:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ସମ୍ବଲପୁରର ଧନକଉଡା ବ୍ଲକ ସମ୍ମୁଖରେ ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ନେତୃତ୍ବରେ ହୋଇଥିବା ଏହି ଆନ୍ଦୋଳନରେ ଜିଲ୍ଲା ବିଜେପିର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ବିଜେପିର ଧାରଣା

ଦେଶର ସବୁ ଗରିବ ପରିବାର ପକ୍କ୍କା ଘର ଯୋଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହି ଯୋଜନାକୁ ସଫଳ ହେବାକୁ ଦେଉନଥିବା ବିଜେପି କରିଛି ଅଭିଯୋଗ । ଯୋଗ୍ୟ ହିତାଧିକାରୀ ପରିବର୍ତ୍ତେ ଦଳୀୟ କର୍ମୀ ଓ ଧନୀ ଲୋକେ ଯୋଜନାର ଲାଭ ପାଉଛନ୍ତି ବୋଲି ବିଜେପି କରିଛି ଅଭିଯୋଗ। ରାଜ୍ୟ ସରକାରଙ୍କ ଅସାଧୁ ଅଧିକାରୀ ଓ କର୍ମଚାରୀମାନେ ଏହି ଯୋଜନାରେ ବ୍ୟାପକ ହେରଫେର କରିଥିବା ବିଜେପି ପକ୍ଷରୁ ଆଜି କୁହାଯାଇଛି। ଏହି ସବୁ ଅଭିଯୋଗ ନେଇ ଆଜି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଧନ କଉଡା ବ୍ଲକ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଆଜିର ଏହି ଆନ୍ଦୋଳନରେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀ , ବିଜେପି ମିଡ଼ିଆ ପ୍ରଭାରୀ ମାନସ ବକ୍ସିଙ୍କ ସହ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ABOUT THE AUTHOR

...view details