ସମ୍ବଲପୁର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ସମସ୍ତଙ୍କ ସହଯୋଗ ଛୁଟୁଛି । ଛୋଟ ବଡ ସମସ୍ତେ ନିଜ ସାମର୍ଥ୍ୟ ମୁତାବକ ଭଗବାନ ନିକଟରେ ସମର୍ପି ଦେଉଛନ୍ତି । ଆଉ ଏହା ଭିତରେ ରାମ ସେତୁର ଗୁଣ୍ଡୁଚି ମୂଷା ସାଜିଛନ୍ତି ସମ୍ବଲପୁରର ଜଣେ ଭିକ୍ଷୁକ ମାଉସୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ନିଜ ଆୟର 50 ଟଙ୍କା ନିଧି ସଂଗ୍ରହ ଅଭିଯାନ ପାଣ୍ଠିକୁ ଦେଇଛନ୍ତି । ରାମ ସେତୁ ନିର୍ମାଣ ସମୟରେ ଛୋଟିଆ ଗୁଣ୍ଡୁଚି ମୂଷା ଯେମତିି ନିଜ ବଳ ଅନୁସାରେ ପଥର ଖଞ୍ଜିବାରେ ସହଯୋଗ କରିଥିଲା, ଆଜି ଠିକ ସେମିତି ରାମଙ୍କର ଭାବ୍ୟ ମନ୍ଦିର ପାଇଁ ଆର୍ଥିକ ସହଯୋଗ ଦେଇଛନ୍ତି ଭିକ୍ଷୁକ ମାଉସୀ ଉର୍ବଣୀ କୁମ୍ଭାର ।
ଭବ୍ୟ ରାମମନ୍ଦିର ନିର୍ମାଣରେ ଗୁଣ୍ଡୁଚି ମୂଷା ସାଜିଲେ ଭିକ୍ଷୁକ ଉର୍ବଶୀ ମାଉସୀ - ଭିକ୍ଷୁକ ଉର୍ବଶୀ ମାଉସୀ
ଆଜି ଠୁ ସମ୍ବଲପୁରରେ ଆରମ୍ଭ ହୋଇଛି ଶ୍ରୀରାମ ମନ୍ଦିର ପାଇଁ ନିଧି ସଂଗ୍ରହ ଅଭିଯାନ। ଏହି ଅଭିଯାନ ରେ ନିଜ ଭଗବାନଙ୍କ ଭବ୍ୟ ମନ୍ଦିର ପାଇଁ ଦାନ କରିଛନ୍ତି ଭିକ୍ଷୁକ ମାଉସୀ । ଅଧିକ ପଢନ୍ତୁ...
ଆଜିଠୁ ସମ୍ବଲପୁରରେ ଆରମ୍ଭ ହୋଇଛି ଶ୍ରୀରାମ ମନ୍ଦିର ପାଇଁ ନିଧି ସଂଗ୍ରହ ଅଭିଯାନ। ଏହି ଅଭିଯାନ ରେ ହଜାର ହଜାର ରାମ ଭକ୍ତ ଶ୍ରଦ୍ଧାଳୁ ସାମିଲ ହୋଇ ଲକ୍ଷ ଲକ୍ଷ ଟଙ୍କା ପାଣ୍ଠି ଦାନ କରିଛନ୍ତି । ସମ୍ବଲପୁରର ବୃକସିଲ ସ୍ଥିତି ରାମ ମନ୍ଦିରର ସମ୍ମୁଖରେ ଭିକ୍ଷାବୃତ୍ତି ଉର୍ବଶୀ ମାଉସୀ ଧାଇଁ ଆସିଥିଲେ ନିଜର ସହଯୋଗ ବଢାଇବାକୁ । ସେ କୁହନ୍ତି ‘‘ ମୁଁ ମନ୍ଦିର ସାମ୍ନାରେ ବସି ଭିକ୍ଷା ମାଗି ପରିବାର ଚଳାଉଛି । ସେମାନଙ୍କ ଭରଷପୋଷଣ କରିପାରିଛି । ମନ୍ଦିର ହେଉଥିବା ଶୁଣି ମୋ ଆତ୍ମା କହିଥିଲା ସହଯୋଗ କରିବାକୁ ।’’ ମନ୍ଦିର ନିର୍ମାଣରେ ନିଜର 50 ଟଙ୍କା ଦେଇ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି । ସେପଟେ, ଅଭାବ ଅନଟନରେ ମଧ୍ୟ ଏହି ଗରିବ ମହିଳାଙ୍କ ଏହି ଶ୍ରଦ୍ଧା ଅନେକ ଲୋକଙ୍କୁ ପ୍ରେରଣା ଦାୟୀ ଅଟେ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ