ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ର ବାମରା ଷ୍ଟେସନରେ 3ଟି ଏକ୍ସପ୍ରେସ ରେଳର ପୁନଃ ରହଣୀ ଦାବି ନେଇ ଆଜି(ମଙ୍ଗଳବାର) 12 ଘଣ୍ଟିଆ ବାମରା ବନ୍ଦ ଡାକରା ଦିଆଯାଇଛି । ବାମରା ରେଳ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଏହି ଆନ୍ଦୋଳନ ହେଉଛି। ରେଳ ଧାରଣା ଉପରେ ଆନ୍ଦୋଳନକାରୀ ମାନେ ବସି ଟ୍ରେନ ଚଳାଚଳ ଉପରେ ରୋକ ଲଗେଇଛନ୍ତି।
ଟ୍ରେନ ରହଣି ଦାବିରେ 12 ଘଣ୍ଟିଆ ବାମରା ବନ୍ଦ, ଅଖଚକ ଜାମ - sambalpur news
3ଟି ଏକ୍ସପ୍ରେସ ଟ୍ରେନ ପୁନଃ ରହଣୀ ଦାବିରେ ବାମରାରେ ରେଳ ରୋକ । ଏହାସହ 12 ଘଣ୍ଟିଆ ବନ୍ଦ ଡାକରା । ଅଧିକ ପଢନ୍ତୁ...
ଟ୍ରେନ ରହଣି ଦାବିରେ 12 ଘଣ୍ଟିଆ ବାମରା ବନ୍ଦ, ଅଖଚକ ଜାମ
ଟ୍ରେନ ରହଣି ଦାବିରେ 12 ଘଣ୍ଟିଆ ବାମରା ବନ୍ଦ, ଅଖଚକ ଜାମ
ଏହାର ପ୍ରଭାବରେ ଦୋକାନ, ବଜାର,ଗାଡି ମୋଟର ବନ୍ଦ ରହିଛି। ଏହି ଆନ୍ଦୋଳନକୁ ସର୍ବଦଳୀୟ ସମର୍ଥନ ମିଳିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜେନ୍ଦ୍ରନଗର-ଦୁର୍ଗ ସାଉଥ ବିହାର, ରାଉଲକେଲା-ଭୁବନେଶ୍ବର ଇଣ୍ଟରସିଟି ଓ ହାଓ୍ବଡା-ଅହମଦାବାଦ ଏକ୍ସପ୍ରେସ ଟ୍ରେନ ବାମରା ଷ୍ଟେସନରେ ରହଣୀ ଥିଲା।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ