ସମ୍ବଲପୁର: ଲାଞ୍ଚ ନେଇ ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର ( Anganwadi Supervisor In Vigilance Trap) । ଭିଜିଲାନ୍ସ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ଜୟନ୍ତପୁର ସେକ୍ଟରର ଅଙ୍ଗନବାଡି ସୁପରଭାଇଜର ସୁଲୋଚନା ଆରକା ଜଣେ ଅଙ୍ଗନବାଡି କର୍ମୀଙ୍କ ଠାରୁ 13500 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
Vigilance Trap; ଲାଞ୍ଚ ନେଇ ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର - ଭିଜିଲାନ୍ସ ଜାଲରେ ଅଙ୍ଗନବାଡି ସୁପରଭାଇଜର
ଲାଞ୍ଚ ନେଇ ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର। ଏ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ
ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର
ହିତାଧିକାରୀଙ୍କ ପାଇଁ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଅଙ୍ଗନବାଡି କର୍ମୀଙ୍କୁ 13,500 ଟଙ୍କା ଲାଞ୍ଚ ମାଗିଥିଲେ ସୁପରଭାଇଜର । ଏନେଇ ଅଭିଯୋଗ ପରେ ସମ୍ବଲପୁରର 2ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ସୁପଭାଇଜର ସୁଲୋଚନା ଆରକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ