ଓଡିଶା

odisha

ETV Bharat / city

ହୀରାକୁଦର ସବୁ ଗେଟ୍‌ ବନ୍ଦ, ଏବେ ଜଳସ୍ତର 629.87 ଫୁଟ

ହୀରାକୁଦ ଜଳଭଣ୍ଡାରରେ ସବୁ ଗେଟ୍‌ ବନ୍ଦ । ଶନିବାର ରାତିରେ ବନ୍ଦ ହେଲା ପୂର୍ବରୁ ଖୋଲିଥିବା ଦୁଇଟି ଗେଟ୍‌ । ଜଳସ୍ତର 630 ଫୁଟରେ ପହଞ୍ଚିବା ପରେ ଏହାର 2ଟି ଗେଟ୍‌କୁ ଖୋଲା ଯାଇଥିଲା ।

ଫାଇଲ ଫଟୋ

By

Published : Sep 22, 2019, 9:04 AM IST

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ସବୁ ଗେଟ୍‌ ବନ୍ଦ । ଶନିବାର ରାତିରେ ବନ୍ଦ ହେଲା ପୂର୍ବରୁ ଖୋଲିଥିବା ଦୁଇଟି ଗେଟ୍‌ । ଜଳସ୍ତର 630 ଫୁଟରେ ପହଞ୍ଚିବା ପରେ ଏହାର 2ଟି ଗେଟ୍‌କୁ ଖୋଲାଯାଇଥିଲା ।

ଡ୍ୟାମରେ ଜଳସ୍ତର 629.87 ଫୁଟ ରହିଛି । ଉପରମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 21,677 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ପାୱାର ଚ୍ୟାନେଲ ଓ କେନାଲ ଜରିଆରେ ସେକେଣ୍ଡ ପ୍ରତି 21,677 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆଗକୁ ପରିସ୍ଥିତି ଦେଖି ଗେଟ ଖୋଲାଯିବ ନା ନାହିଁ ତାହା ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details