ଓଡିଶା

odisha

ETV Bharat / city

20ଟି ଗେଟ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ - ପୁଣି ଗେଟ୍‌ ଖୋଲିବ ହୀରାକୁଦ

ପ୍ରବଳ ବର୍ଷା ଯୋଗୁଁ ଆଜି 6ଟି ଗେଟ୍‌ ଖୋଲାଯାଇଥିବାବେଳେ ପୁଣି 2 ଦୁଇଟି ଗେଟକୁ ଖୋଲାଯାଇଛି । ବର୍ତ୍ତମାନ 20ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 8, 2019, 8:49 AM IST

Updated : Sep 8, 2019, 12:11 PM IST

ସମ୍ବଲପୁର: ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଆହୁରି 2ଟି ଗେଟକୁ ଖୋଲିଛି ହୀରାକୁଦ । ପୂର୍ବରୁ 6ଟି ଗେଟ୍‌ ଖୋଲା ଯାଇଥିବାବେଳେ ଆଜି ମୋଟ 8ଟି ଗେଟ ଖୋଲାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା 20ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 625.69 ଫୁଟ ରହିଛି । ଏହି ସମୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 2,56,631 କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିସହ ଜଳ ଭଣ୍ଡାରରୁ ସେକେଣ୍ଡ ପ୍ରତି 3,10,444 କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଗତ ଶୁକ୍ରବାର ହୀରାକୁଦ ଡ୍ୟାମର ମୋଟ 12ଟି ଗେଟ୍‌ ଦେଇ ପାଣି ଛଡାଯାଇଥିଲା । କିନ୍ତୁ ଗତକାଲି ସକାଳେ 6ଟି ଗେଟ୍‌କୁ ବନ୍ଦ କରାଯାଇଥିଲା । କିନ୍ତୁ ଦିନ ତମାମ ସମ୍ବଲପୁର ସହରରେ ବର୍ଷା ଲାଗି ରହିଥିବାରୁ ଗତ ରାତିରେ ପୁଣି ଥରେ 6ଟି ଗେଟ୍‌କୁ ଖୋଲାଯାଇଥିଲା ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 8, 2019, 12:11 PM IST

ABOUT THE AUTHOR

...view details