ଓଡିଶା

odisha

ETV Bharat / city

କାଠ ଚୋରା ଚାଲାଣକାରୀଙ୍କ ଠୁ ଲାଞ୍ଚ ନେଇ 3 ପୋଲିସକର୍ମୀ ନିଲମ୍ବିତ - ସମ୍ବଲପୁର ଖବର

ଜଣେ କାଠ ଚୋରା ଚାଲାଣକାରୀ ଠାରୁ ପୋଲିସ କର୍ମଚାରୀ ଲାଞ୍ଚ ନେଉଥିବା ଭିଡ଼ିଓ ଭାଇରାଲ ହେବା ପରେ ସମ୍ବଲପୁର ଏସପିଙ୍କ କାର୍ଯ୍ୟାନୁଷ୍ଠାନ। ଅଧିକ ଖବର ପଢନ୍ତୁ...

ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ପରେ ଏସପିଙ୍କ କାର୍ଯ୍ୟାନୁଷ୍ଠାନ
ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ପରେ ଏସପିଙ୍କ କାର୍ଯ୍ୟାନୁଷ୍ଠାନ

By

Published : Jan 12, 2020, 11:03 PM IST

ସମ୍ବଲପୁର: ଜଣେ କାଠ ଚୋରା ଚାଲାଣକାରୀ ଠାରୁ ପୋଲିସ କର୍ମଚାରୀ ଲାଞ୍ଚ ନେଉଥିବା ଭିଡ଼ିଓ ଭାଇରାଲ ହେବା ପରେ ସମ୍ବଲପୁର ଏସପିଙ୍କ କାର୍ଯ୍ୟାନୁଷ୍ଠାନ। ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସମ୍ବଲପୁର ଏସପି ।

ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ପରେ ଏସପିଙ୍କ କାର୍ଯ୍ୟାନୁଷ୍ଠାନ

ଭିଡିଓ ଭାଇରାଲ ପରେ ତଦନ୍ତ କରି ଯୁଯୁମୁରା ଥାନା ଅଧିକାରୀ ଲୋକନାଥ ସାହୁଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିବା ସହ ଏଥିରେ ସମ୍ପୃକ୍ତ ଥିବା ପୋଲିସ ଗାଡି ଡ୍ରାଇଭର ଜଗନ୍ନାଥ ଜେନା, ଜଣେ ହାବିଲଦାର, ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି ଏସପି ।

ସୂଚନା ଅନୁସାରେ, ଗତ ବୁଧବାର ଦିନ ଯୁଯୁମୁରା ଥାନା ବାଗଦଫା ଗାଁର ଡିଲେଶ୍ବର ଦୁତିଆଚାନ୍ଦଙ୍କ ଠାରୁ ବେଆଇନ କାଠ ଜବତ ପରେ ମାମଲା ରଫାଦଫା ପାଇଁ ୨୦ ହଜାର ଟଙ୍କା ଜଣେ ପାନଦୋକାନୀଙ୍କ ଜରିଆରେ ଲାଞ୍ଚ ନେଇଥିବା ଭିଡିଓ ଭାଇରାଲ ହୋଇଥିଲା । ପ୍ରାଥମିକ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଏସପି କହିଛନ୍ତି । ଏହି ଘଟଣା ପରେ ଆହୁରି ତଦନ୍ତ ହେବ ବୋଲି ସମ୍ବଲପୁର ଏସପି କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details