ଓଡିଶା

odisha

ETV Bharat / city

ଫେକ ଆଇଡିରୁ ମେଲ୍‌ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଅଧ୍ୟାପକ - ବନ୍ଧାହେଲେ ଅଧ୍ୟାପକ

ସାଇବର ଅପରାଧ ଅଭିଯୋଗରେ ଅଧ୍ୟାପକ ଗିରଫ। ବନ୍ଧା ହେଲେ ୪୨୦ ଅଧ୍ୟାପକ । ଅଧିକ ପଢନ୍ତୁ...

ଫେକ ମେଲ ଆଇଡିରୁ ମେଲ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଅଧ୍ୟାପକ
ଫେକ ମେଲ ଆଇଡିରୁ ମେଲ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଅଧ୍ୟାପକ

By

Published : Sep 17, 2021, 8:31 AM IST

ସମ୍ବଲପୁର:ବନ୍ଧା ହେଲେ ୪୨୦ ଅଧ୍ୟାପକ । ମହଙ୍ଗା ପଡିଲା ଉଚ୍ଚଶିକ୍ଷା ବିଭାଗର ନକଲି ମେଲ ଆଇଡିରୁ କଲେଜ ଅଧ୍ୟକ୍ଷାଙ୍କୁ ମେଲ କରିବା । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ସମ୍ବଲପୁର ଜିଲ୍ଲାର ଡାକ୍ତର ଝସକେତନ ସାହୁ କଲେଜର ଅର୍ଥନିତୀ ବିଭାଗର ଅଧ୍ୟାପକ ପରେଶ ଭୋଇ |

ଫେକ ମେଲ ଆଇଡିରୁ ମେଲ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଅଧ୍ୟାପକ

ସୂଚନା ଅନୁସାରେ, ଡାକ୍ତର ଝସକେତନ ସାହୁ କଲେଜର ଅଧ୍ୟାପକ ପରେଶ ଗତ କିଛି ଦିନ ତଳେ ଉଚ୍ଚଶିକ୍ଷା ବିଭାଗ ନାଁରେ ଏକ ଫେକ ମେଲ ଖୋଲିଥିଲେ । କଲେଜରେ କିରାଣୀ ନିଯୁକ୍ତିରେ ଅନିୟମିତତା ନେଇ ଅଧ୍ୟକ୍ଷାକୁ ସେହି ମେଲ ଆଇଡିରୁ ପରେଶ କରିଥିଲେ ଫେକ ମେଲ । ପରେ ଏନେଇ କଲେଜ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ମିଶ୍ର ଉଚ୍ଚଶିକ୍ଷା ବିଭାଗକୁ ସତ୍ୟତା ଜାଣିବା ନେଇ ଯୋଗାଯୋଗ କରିଥିଲେ ।

ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଅଧ୍ୟକ୍ଷା । ପରେ ତନାଘନା ଆରମ୍ଭ କରିଥିଲା ସମ୍ବଲପୁର ସାଇବର୍ ଥାନା । ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଜଣକ ମେଲ ଗୁଡିକୁ ମଧ୍ୟ ପରେ ନଷ୍ଟ କରି ଦେଇଥିଲା । ଏହି ମାମଲାରେ ଅଧ୍ୟାପକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ | ଏନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details