ସମ୍ବଲପୁର: ସମ୍ବଲପୁର ପରିବହନ ବିଭାଗର ପକ୍ଷରୁ ଟ୍ରକ ଚାଳକଙ୍କ ନାମରେ 86,500 ଟଙ୍କାର ଚାଲାଣ। ଓଭର ଲୋଡିଙ୍ଗ ଓ ଡ୍ରାଇଭିଂ ଲାଇସେନ୍ସ ନେଇ ଏହି ଫାଇନ କରିଛି ବିଭାଗ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର ଘଟଣାଟି ଗତ 3 ତାରିଖରେ ଘଟିଥିବାର ଚାଲାଣ ରସିଦରୁ ଜଣା ପଡ଼ିଛି। ଟ୍ରକର ମାଲିକାନା ନାଗାଲାଣ୍ଡ କୋହିମାର ମିନିଷ୍ଟେରି ଆଲ ହିଲ ସ୍ଥିତ ବି ଏଲ ଏ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ନାଁରେ ରହିଛି।
ଏହାର ଡ୍ରାଇଭର ଅଶୋକ ଯାଦବ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିବା ସହ ଟ୍ରକରେ ମାଲ ଓଭର ଲୋଡ଼ ଥିବାର ଉଲ୍ଲେଖ ରହିଛି। ଡ୍ରାଇଭରଙ୍କ ଘର ହଜାରିବାଗ ବୋଲି ଜଣା ପଡ଼ିଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ 5ହଜାର ,ଓଭରଲୋଡ଼ ପାଇଁ 56 ହଜାର ଓ ଅନ୍ୟାନ୍ୟ ଫାଇନ ମିଶି ମୋଟ 86,500 ଟଙ୍କା ଫାଇନ ହୋଇଛି ।
ତେବେ 70,000 ହଜାର ଟଙ୍କାର ସେଟେଲମେଣ୍ଟ ହୋଇଥିବା ରସିଦରୁ ଜଣା ପଡ଼ିଛି। ଏହି ଘଟଣା ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ