ସମ୍ବଲପୁର: ଗୁରୁବାର ଦିନ 10ଟା ସୁଦ୍ଧା ହୀରାକୁଦର 4 ଟି ଗେଟ ଖୋଲା ଯାଇଥିବାବେଳେ ଆହୁରି 6 ଟି ଗେଟ ପର୍ଯ୍ୟାୟକ୍ରମେ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ 10 ଟି ଗେଟ ଖୋଲା ଯାଇଛି।
ହୀରାକୁଦରୁ ପର୍ଯ୍ୟାୟକ୍ରମେ ଖୋଲିଲା ଆଉ 6 ଗେଟ୍
ଆଜି ଦିନ 10ଟା ସୁଦ୍ଧା ହୀରାକୁଦର 4 ଟି ଗେଟ ଖୋଲା ଯାଇଥିବାବେଳେ ଆହୁରି 6 ଟି ଗେଟ ପର୍ଯ୍ୟାୟକ୍ରମେ ଖୋଲାଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ ଖୋଲାଯାଉଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଜଳସ୍ଥର 625.89 ଫୁଟ ରହିଛି । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1,48,621 କ୍ୟୁସେକ ଜଳ ପ୍ରବେଶ କରୁଛି ଓ 1,17,956 କ୍ୟୁସେକ ଜଳ ନିଷ୍କାସିତ ହେଉଛି। ପରବର୍ତ୍ତୀ ସମୟରେ ଆହୁରି ଗେଟ ଖୋଲା ଯିବାର ସମ୍ଭାବନା ରହିଥିବା ଜଣାପଡିଛି।
ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ