ସମ୍ବଲପୁର :ରାଜ୍ୟ ସରକାରଙ୍କ ମିଶନ ପଶ୍ଚିମ ଓଡିଶା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଉନ୍ନତିକରଣ ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ। ଲିଙ୍ଗରାଜ ମନ୍ଦିର ଓ ଶ୍ରୀମନ୍ଦିର ଢାଞ୍ଚାରେରେ ହେବ ସମଲେଶ୍ବରୀ ମନ୍ଦିରର ବିକାଶ। ଏହି ପରିପ୍ରେକ୍ଷୀରେ ଆଜି (ସୋମବାର) 5ଟି ସଚିବ କାର୍ତ୍ତିକେୟନ ପଣ୍ଡିଆନଙ୍କ ନେତୃତ୍ବରେ ଏକ 5 ଜଣିଆ ଟିମ ସମ୍ବଲପୁର ଗସ୍ତରେ ଆସି ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିଛନ୍ତି। 5ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନ,ଉନ୍ନୟନ କମିଶନର ପ୍ରଦୀପ ଜେନା,ପୂର୍ତ୍ତ ସଚିବ କିଶନ କୁମାର, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ତଥା ବିନିଲ କ୍ରିଷ୍ଣାଙ୍କ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିଛନ୍ତି ।
ଶ୍ରୀଜଗନ୍ନାଥ ମନ୍ଦିର ଢାଞ୍ଚାରେ ହେବ ସମଲେଶ୍ୱରୀ ମନ୍ଦିରର ବିକାଶ - ସମଲେଶ୍ୱରୀ ମନ୍ଦିର
ରାଜ୍ୟ ସରକାରଙ୍କ ମିଶନ ପଶ୍ଚିମ ଓଡିଶା। ଶ୍ରୀଜଗନ୍ନାଥ ମନ୍ଦିର ଢାଞ୍ଚାରେ ହେବ ସମଲେଶ୍ୱରୀ ମନ୍ଦିରର ବିକାଶ । ଅଧିକ ପଢନ୍ତୁ...
ଏହି ଟିମ ସମଲେଶ୍ବରୀ ମନ୍ଦିର ବୁଲି ଦେଖିବା ସହ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ନେଇ ସ୍ଥାନୀୟ ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଦିନରେ ସମଲେଶ୍ବରୀ ମନ୍ଦିରର ତ୍ବରିତ ବିକାଶ କରାଯିବ ବୋଲି କୁହାଯାଇଛି। ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ପାଖରେ ଥିବା ମହାନଦୀ ବ୍ୟାରେଜର ଉନ୍ନତିକରଣ, ଡିଭାଇନ ଟ୍ୟୁରିଜିମର ପ୍ରମୋସନ,100 ଶଯ୍ୟା ବିଶିଷ୍ଟ ଭକ୍ତି ନିବାସ,100 ଶଯ୍ୟା ବିଶିଷ୍ଟ ଡର ମିଟରୀ,500 ସିଟେଡ଼ ଭୋଗ ମଣ୍ଡପ ଆଦି ତିଆରି ହେବ। ତେବେ ବର୍ତ୍ତମାନ ଏହି କାର୍ଯ୍ୟ ପାଇଁ ଏହି ଟିମ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ ପରେ ସମ୍ପୂର୍ଣ୍ଣ ପ୍ରକଳ୍ପର ରୂପରେଖ ସ୍ଥିର ହେବ ବୋଲି କୁହାଯାଇଛି।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ