ଓଡିଶା

odisha

By

Published : Apr 11, 2021, 12:25 PM IST

Updated : Apr 11, 2021, 3:37 PM IST

ETV Bharat / city

ହାଇଦର ଫେରାର ଘଟଣା; 6 ପୋଲିସକର୍ମୀ ନିଲମ୍ବିତ

କଟକ ଏସସିବି ମେଡିକାଲରୁ କୁଖ୍ୟାତ ଅପରାଧୀ ହାଇଦର ଫେରାର ଘଟଣା । ବିଭାଗୀୟ ତଦନ୍ତ ପରେ ହାଇଦର ସୁରକ୍ଷାରେ ଥିବା 6 ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଅଧିକ ପଢନ୍ତୁ...

ହାଇଦର ଫେରାର ଘଟଣା
ହାଇଦର ଫେରାର ଘଟଣା

ସମ୍ବଲପୁର: କୁଖ୍ୟାତ ଅପରାଧି ହାଇଦର ଫେରାର ଘଟଣାରେ 6 ପୋଲିସ କର୍ମଚାରୀ ନିଲମ୍ବିତ । ବିଭାଗୀୟ ତଦନ୍ତ ପରେ ହାଇଦର ସୁରକ୍ଷାରେ ଥିବା 5 ଜଣ ପୋଲିସ କନଷ୍ଟେବଳ ସମେତ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ନିଲମ୍ବିତ 5 ଜଣ ପୋଲିସ କନଷ୍ଟେବଳ ହେଲେ ସୁଧାଂଶୁ ମାଝୀ, ଉମାକାନ୍ତ ବେହେରା, ମହମ୍ମଦ ମୋଉସିମ, ଦୀପକ ସାହୁ ଓ ବୁଲବୁଲ ସାହୁ ଓ ହାବିଲଦାର ରମେଶଚନ୍ଦ୍ର ଦେହୁରୀ । ବର୍ତ୍ତମାନ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଏସପି ସୂଚନା ଦେଇଛନ୍ତି ।

ଅନ୍ୟପଟେ, ହାଇଦରକୁ ଧରିବାକୁ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୋଲିସ କମିଶନରଙ୍କ ସହ ଏଡିଜିଲ ଆଣ୍ଡ ଅର୍ଡର ଓ ଡିଆଇଜି ସେଣ୍ଟ୍ରାଲ ଉପସ୍ଥିତ ରହିଛିନ୍ତି । ବୈଠକରେ ଫେରାର ହାଇଦରକୁ କାବୁ କରିବାକୁ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ସବୁ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖାଯାଇଛି । ସବୁ ଜିଲ୍ଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ।

କିଛିଦିନ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରକୁ ବୁର୍ଲା ମେଡିକାଲରୁ ଏସସିବିରେ ଭର୍ତ୍ତି କରାଯାଉଥିଲା । ଏସସିବି ସର୍ଜରି ୱାର୍ଡ ୫ ନମ୍ବର କ୍ୟାବିନରେ ଚିକିତ୍ସିତ ହେଉଥିବା ସମୟରେ ସେ ଚମ୍ପଟ ମାରିଥିଲା । ହାଇଦର ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଥିବା ସୂଚନା ମିଳିଛି । ସେପଟେ କମିଶନରେଟ ପୋଲିସ ଛାନଭିନ ଆରମ୍ଭ କରିଛି । ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 11, 2021, 3:37 PM IST

ABOUT THE AUTHOR

...view details