ସମ୍ବଲପୁର: 5 ହାର୍ଡକୋର୍ ଅପରାଧୀଙ୍କୁ ଗିରଫ କଲା ପୋଲିସ । ଏମଡି କାଦିମ ସହ 5 ଜଣ ଅପରାଧୀଙ୍କୁ ଗିରଫ କରିଛି ସମ୍ବଲପୁର କତରବଗା ଥାନା ପୋଲିସ । ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଜିଲ୍ଲାର ଏକାଧିକ କେସରେ ସମ୍ପୃକ୍ତ ଥିବାନେଇ ପୋଲିସ ସୂଚନା ଦେଇଛି । ମୁଖ୍ୟତଃ ଏମାନଙ୍କ ନାଁରେ ଦାଦାବଟି, ହତ୍ୟା ଉଦ୍ୟମ ଓ ବେଆଇନ ନିଶା କାରବାର ନେଇ ଏକାଧିକ ମାମଲା ରହିଛି । ତେବେ ଦାଦାବଟି ଓ ନିଶା କାରବାରକୁ ନେଇ ଭାଗ ନ ଛିଣ୍ଡିବାରୁ କିଛି ଦିନ ତଳେ ସମ୍ବଲପୁର କତରବଗା ଥାନା ଅଞ୍ଚଳରେ ଗୁଳିକାଣ୍ଡ ହୋଇଥିଲା ।
ସମ୍ବଲପୁର ପୋଲିସ ହାତରେ 5 ହାର୍ଡକୋର କ୍ରିମିନାଲ ! - କୋର୍ଟ ଚାଲାଣ
ସମ୍ବଲପୁର ପୋଲିସ ପକ୍ଷରୁ 5 ହାର୍ଡକୋର ଅପରାଧୀଙ୍କୁ ଗିରଫ କରିଛି । ଅପରାଧୀଙ୍କ ନିକଟରୁ ଜୀବନ୍ତ ଗୁଳି ସମେତ ବନ୍ଧୁକ ଓ ବାଇକକୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...
ଏପରିକି ଗତ ନଭେମ୍ବର ମାସରେ ଗିରଫ ଅଭିଯୁକ୍ତ ଏମଡି କାଦିମ ସମ୍ବଲପୁର ଅଇଁଠା ପାଲି ଛକରେ ଏକ ବ୍ୟବସାୟୀଙ୍କ କାରକୁ ପୋଡ଼ିଦେଇଥିଲା । ସେହିଦିନ ଠାରୁ ସେ ଫେରାର ହୋଇଯାଇଥିଲା । ସମ୍ବଲପୁର ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭଯୁକ୍ତ ମାନଙ୍କୁ ଧରିବା ପାଇଁ 3ଟି ଟିମ ଗଠନ ହୋଇଥିଲା । ଜଙ୍ଗଲ ଭିତରୁ ଏମାନଙ୍କୁ ଗିରଫ କରିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ସେପଟେ କାଦିମ ନିକଟରୁ ଏକ ବନ୍ଧୁକ, ୩ଟି ଜୀବନ୍ତ ଗୁଳି, ଏକ ମୋଟର ସାଇକେଲ ଜବତ କରିଛି ପୋଲିସ ।
କାଦିମ ନାମରେ ସମ୍ବଲପୁରର ବିଭିନ୍ନ ଥାନାରେ ୨୨ରୁ ଉର୍ଦ୍ଧ୍ବ ମାମଲା ରହିଛି । ସେହିପରି କାଦିମର ଅନ୍ୟ ସହଯୋଗୀ ରାମ ଶର୍ମା, ଚିନ୍ତା ବାଗ, ଆକାଶ ଦୀପ ଏବଂ ଟିକେଶ ବେହେରା ନାରେ ମଧ୍ୟ ଅନେକ ମାମଲା ରହିଛି ବୋଲି ପୋଲିସ ସୂଚନା ଦେବାସହ ଶନିବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ