ସମ୍ବଲପୁର: ଆଜି(ଶନିବାର) ପୁଣି ଖୋଲିଛି ହୀରାକୁଦ ଜଳଭଣ୍ଡାରର 4ଟି ଗେଟ । ଗତ 11 ତାରିଖରେ ହୀରାକୁଦ ଡ୍ୟାମର 2 ଟି ଗେଟ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିବା ବେଳେ ଜୁଲାଇ 17ରେ ଉପର ମୁଣ୍ଡରେ ବର୍ଷା କମ ହେବାରୁ 2ଟି ଯାକ ଗେଟ ବନ୍ଦ କରାଯାଇଥିଲା।
ଜଳ ନିଷ୍କାସନ, ପୁଣି ଖୋଲିଲା ହୀରାକୁଦ ଗେଟ - ଜଳ ନିଷ୍କାସନ
ବନ୍ୟାଜଳ ନିଷ୍କାସନ ପାଇଁ ଆଜି(ଶନିବାର) ହୀରାକୁଦର ୪ଟି ଗେଟ ଖୋଲାଯାଇଛି । ଅଧିକ ପଢନ୍ତୁ...
ଜଳ ନିଷ୍କାସନ, ପୁଣି ଖୋଲିଲା ହୀରାକୁଦ ଗେଟ
ବନ୍ୟାଜଳ ନିଷ୍କାସନ ପାଇଁ ଆଜି ପୁଣି ଏହି ଗେଟ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦର ଜଳ ସ୍ତର 607.37 ରହିଛି । ବର୍ତ୍ତମାନ ହୀରାକୁଦର ଉପରମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1ଲକ୍ଷ 18 ହଜାର 875 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ସେକେଣ୍ଡ ପ୍ରତି 1ଲକ୍ଷ 18 ହଜାର 875 କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆଗକୁ ଆଉ ଗେଟ ଖୋଲାଯିବ ନା ନାହିଁ ତାହା ଉପରମୁଣ୍ଡର ବର୍ଷା ଓ ତଳମୁଣ୍ଡର ନଦୀ ଗୁଡ଼ିକର ଜଳସ୍ତରକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ