ସମ୍ବଲପୁର: ଶନିବାର ପୁଣି ସମ୍ବଲପୁରରେ 2 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ 2 ଜଣ ରାଜ୍ୟ ବାହାରୁ କିଛିଦିନ ତଳେ ଫେରିଥିଲେ ଓ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ଅକ୍ରାନ୍ତ ମଧ୍ୟରେ ଜଣେ 22 ବର୍ଷୀୟ ଯୁବକ ଓ ଅନ୍ୟ ଜଣେ 23 ବର୍ଷୀୟ ଯୁବତୀ ଅଛନ୍ତି । ଯୁବକ ଜଣକ ତାମିଲନାଡୁରୁ ଫେରିଥିବା ବେଳେ ଯୁବତୀ ଜଣକ ଉତ୍ତରପ୍ରଦେଶରୁ ଫେରିଥିଲେ । ଉଭୟଙ୍କୁ ସମ୍ବଲପୁର ରେଢାଖୋଲ ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ତେବେ ଉଭୟଙ୍କ ପାଖରେ କୋରୋନା ସଂକ୍ରମଣ ଜନିତ କୌଣସି ଲକ୍ଷଣ ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।