ରାଉରକେଲା: ଯୁବକଙ୍କ ମୃତଦେହ ଉଦ୍ଧାର। ମୃତଦେହଟିକୁ ରାଉରକେଲାର ହାଥିବାଡି ଥାନାର କାଂଡକେଲା ନାଳରୁ ଉଦ୍ଧାର କରାଯାଇଛି। ଗାଁର ଲୋକମାନେ ସକାଳେ ମୃତଦେହ ଭାସୁଥିବାର ଦେଖି ଫାୟାର ବ୍ରିଗେଡ଼କୁ ଖବର ଦେବା ପରେ ସେମାନେ ଶବକୁ ନାଳରୁ ବାହାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗାଁ ଲୋକଙ୍କ ଦ୍ବାରା ଶବ ଚିହ୍ନଟ ହୋଇପାରିନାହିଁ।
ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ - dead body
ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତଦେହଟିକୁ ରାଉରକେଲାର ହାଥିବାଡି ଥାନାର କାଂଡକେଲା ନାଳରୁ ଉଦ୍ଧାର କରାଯାଇଛି।
![ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ](https://etvbharatimages.akamaized.net/etvbharat/prod-images/768-512-4307020-thumbnail-3x2-kkjpg.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା
ମୃତଦେହଟିକୁ ଅନେକ ସସପେନ୍ସ ଲାଗିରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡିବ। ପରିତ୍ୟକ୍ତ ଶବକୁ ଗ୍ରାମବାସୀଙ୍କ ସହାୟତାରେ ଶବଗୃହକୁ ପଠାଯାଇଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ
Last Updated : Sep 1, 2019, 3:12 PM IST