ରାଉରକେଲା: ଋଣ ଆଦାୟକୁ ନେଇ ଯୁବ କଂଗ୍ରେସର ବିକ୍ଷୋଭ । ରାଉରକେଲା RMC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ମହାମାରୀ କୋରୋନା ସମୟରେ ଆଦାୟ କରାଯାଉଥିବାରୁ ଏହାକୁ ପ୍ରତିବାଦ କରିଛନ୍ତି ।
ରାଉରକେଲାରେ ମହାମାରୀ କୋରୋନାର ଲକଡାଉନରେ ପ୍ରଭାବିତ ହୋଇଥିବା ବିଭିନ୍ନ ମହିଳା ବ୍ୟବସାୟୀ ମାନେ ଟଙ୍କା ଫେରସ୍ତ କରି ପାରୁ ନାହାନ୍ତି । ମହିଳାମାନଙ୍କୁ ଋଣ ପଇସା ପାଇଁ ବିଭିନ୍ନ ସମୟରେ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଋଣ ଆଦାୟକୁ ନେଇ କଟକଣା ଜାରି କରିଛନ୍ତି । କୋରୋନା ସମୟରେ 6 ମାସ ପର୍ଯ୍ୟନ୍ତ ମହିଳା ମାନଙ୍କୁ ଚାପ ପ୍ରୟୋଗ କରାନଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି ।