ରାଉରକେଲା: ଆଜି ପବିତ୍ର ବଡଦିନ । ଏହି ଦିନକୁ କେବଳ ଖ୍ରୀଷ୍ଟଧର୍ମୀ ନୁହେଁ ବର୍ତ୍ତମାନ ସମସ୍ତ ଧର୍ମର ଲୋକେ ବେଶ୍ ଧୁମଧାମରେ ପାଳନ କରୁଛନ୍ତି । କାରଣ ବିଶ୍ବାସ ରହିଛି ପ୍ରଭୁ ଯୀଶୁ ଆଜିର ଦିନରେ ଧରାପୃଷ୍ଟରେ ଅବତରଣ କରିଥିଲେ । ଏହି ବିଶ୍ବାସର ସହ ସମସ୍ତେ ଏହି ଦିନଟିକୁ ପାଳନ କରୁଥିବା ବେଳେ ଏନେଇ ଉତ୍ସବମୁଖର ହୋଇଛି ରାଉରକେଲା ସହର ।
ରାଉରକେଲାରେ ଧୁମଧାମରେ ପାଳନ ହେଉଛି ଖ୍ରୀଷ୍ଟମାସ ବ୍ରାହ୍ମଣୀ କ୍ଲବରେ ଆଜି ବିଶେଷ ଭାବରେ ମହିଳାମାନେ ପିଲାମାନଙ୍କ ପାଇଁ x mass ସମାରୋହ କରିଥିଲେ । ପିଲାମାନେ କେକ କାଟିବା ସହିତ ନାଚ ଗୀତ କରି ଟଏ ଟ୍ରେନର ମଜା ନେଇଥିଲେ । ଏହାସହ ସାନ୍ତା ଆସି ପିଲାଙ୍କ ମଧ୍ୟରେ ଚକଲେଟ ଦେବା କାର୍ଯ୍ୟକ୍ରମକୁ ଖୁବ ଉପଭୋଗ କରିଥିଲେ ପିଲାମାନେ । ଏହି କାର୍ଯ୍ୟକ୍ରମ କ୍ଲବରେ 25 ବର୍ଷ ଧରି ଅନୁଷ୍ଠିତ ହେଉଥିବା କ୍ଲବର ସମ୍ପାଦକ କହିଛନ୍ତି ।
ରାଉରକେଲାରେ ଧୁମଧାମରେ ପାଳନ ହେଉଛି ଖ୍ରୀଷ୍ଟମାସ ଏହାସହ ଗତ ମଙ୍ଗଳବାର ରାତି 10ଟାରୁ ହମିରପୁର ଚର୍ଚ୍ଚ ପରିସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକମାନେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ରାତି 12 ଟାରେ ପ୍ରଭୁ ଯୀଶୁ ଧରାପୃଷ୍ଠକୁ ଅବତରଣ ପରେ ଉପସ୍ଥିତ ହଜାର ହଜାର ଲୋକମାନେ ପ୍ରାର୍ଥନାରେ ଭାଗ ନେବା ସହିତ ମହମବତୀ ଜଳାଇଥିଲେ। ଏହାସହ ଏହି ପବିତ୍ର ମାହୋଲରେ ଫାଦରମାନଙ୍କ ସହ ବିଶ୍ୱ କିଶୋର କୁଜୁର ମଧ୍ୟ ଚର୍ଚ୍ଚରେ ଉପସ୍ଥିତ ଥିଲେ ।
ବୁଧବାର ସକାଳେ ମଧ୍ୟ ସାମୁହିକ ପ୍ରାର୍ଥନା ପାଇଁ ଚର୍ଚ୍ଚ ପରିସରରେ ଲୋକମାନେ ଏକତ୍ରିତ ହୋଇଛନ୍ତି । ଗାଁରୁ ସହର ପର୍ଯ୍ୟନ୍ତ ସବୁ ଚର୍ଚ୍ଚରେ ଏନେଇ ପ୍ରବଳ ଭିଡ ଜମିଥିବାର ଦେଖିବାକୁ ମିଳୁଛି । ଏଥିସହ ଘରେ ଘରେ ମେଣ୍ଡାଶାଳ ନିର୍ମାଣ କରି ଲୋକମାନେ ଏକ୍ସମାସ ଟ୍ରି ଲଗାଇ ନିଜ ପରିବାର ତଥା ବନ୍ଧୁବାନ୍ଧବମାନଙ୍କ ମଧ୍ୟରେ କେକ, ମିଠା ତଥା ଅନ୍ୟ ଖାଦ୍ୟ ସାମଗ୍ରୀ ଖାଇ ଖୁସି ମନାଉଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ