ଓଡିଶା

odisha

ETV Bharat / city

ଧାନ ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଧାନ ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ଜଣକ ହେଲେ ଫୁଲିତ ମନୀ କେର୍କେଟା(୬୦)। ଏହା ହତ୍ୟା ନା ଧାନ କାଟିଯିବା ସମୟରେ କିଛି ଅଘଟଣ ଘଟିଛି ତାହା ଶବ ବ୍ୟବଛେଦ ରିପୋର୍ଟରୁ ଜଣାପଡିବ।ଅଧିକ ଖବର ପଢନ୍ତୁ...

women-dead-body-found
ଧାନ ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

By

Published : Nov 26, 2019, 12:38 PM IST

ରାଉରକେଲା:ଧାନ ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ଜଣକ ହେଲେ ଫୁଲିତ ମନୀ କେର୍କେଟା(୬୦)। ସେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଛାତାମ ପଞ୍ଚାୟତର ଢ଼ିପାଟୋଲିର।

ଧାନ ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ସୂଚନା ଅନୁଯାୟୀ ଛାତାମ ପଞ୍ଚାୟତର ଧିପଟୋଲିରେ ଇଲାରୁସ କେର୍କେଟା(୬୫) ଏବଂ ଫୁଲିତ ମନୀ କେର୍କେଟା(୬୦) ବସବାସ କରନ୍ତି। ଗତ ବୁଧୁବାର ଠାରୁ ସ୍ବାମୀ ଇଲାରୁସ କେର୍କେଟା କୌଣସି କାର୍ଯ୍ୟବଶତଃ ସୁନ୍ଦରଗଡ଼ ଯାଇଥିବା ବେଳେ ସ୍ତ୍ରୀ ଫୁଲିତ ମନୀ ଏକୁଟିଆ ଘରେ ଥିଲା ।

ଗତକାଲି ଇଲାରୁସ ଫେରିବା ପରେ ଘରେ ସ୍ତ୍ରୀ ନଥିବା ବେଳେ ବାହାରୁ ତାଲା ପଡିଥିଲା। ବହୁତ ଖୋଜା ଖୋଜି ପରେ ଆଜି ସେ ସ୍ତ୍ରୀ ଫୁଲିତକୁ ନିଜ ଧାନ ବିଲ ଭିତରେ ମରି ପଡିଥିବାର ଦେଖିବାକୁ ପାଇଥିଲେ ।

ଏହା ପରେ ସେ ଛତାମ ସରପଞ୍ଚଙ୍କୁ କହିବାରୁ ସରପଞ୍ଚ ରାଜଗାଙ୍ଗପୁର ଥାନାକୁ ଏ ବିଷୟରେ ଅବଗତ କରିଛନ୍ତି। ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ପହଞ୍ଚି ତଦନ୍ତ କଲା ପରେ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ଡାକ୍ତରଖାନାକୁ ପଠାଇଛନ୍ତି ।

ମୃତ ମହିଳାଙ୍କ ଡାହାଣ ହାତ ଭାଙ୍ଗି ଥିବା ବେଳେ ମୁଣ୍ଡରେ ଧାରୁଆ ଅସ୍ତ୍ରରେ କଟା ଦାଗ ରହିଛି। ଏପରିକି ଫୁଲିତ ମନୀ ମରି ପଡିଥିବା ସ୍ଥାନରେ ଧାନ କାଟିବା ଏକ ଦା' ପଡିଥିଲା । ତେଣୁ ଏହା ହତ୍ୟା ନା ଧାନ କାଟି ଯିବା ସମୟରେ କିଛି ଅଘଟଣ ଘଟିଛି ତାହା ଶବ ବ୍ୟବଛେଦ ରିପୋର୍ଟ ଏବଂ ତଦନ୍ତ ପରେ ଜଣାପଡିବ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details