ରାଉରକେଲା : ରାଉରକେଲା ଗୋପବନ୍ଧୁପାଲିର ଅମରନାଥ ବସ୍ତିରେ ଥିବା ଏକ କୂଅ ପାଣିରେ କେହି ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୁରା ବସ୍ତିକୁ ଘେରାଉ କରିଛି । ସନ୍ଦେହରେ ଜଣେ ମହିଳାକୁ ଅଟକ ରଖାଯାଇଛି ।
କୂଅ ପାଣିରେ ବିଷ ! ଆତଙ୍କିତ ସ୍ଥାନୀୟ ଲୋକେ - କୂଅ ପାଣିରେ ବିଷ !, ଆତଙ୍କିତ ସ୍ଥାନୀୟ ଲୋକେ
ରାଉରକେଲା ଅମରନାଥ ବସ୍ତିରେ ଥିବା କୂଅ ପାଣିରେ ବିଷ ପକାଯାଇଥିବା ଅଭିଯୋଗ । ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ...
କୂଅ ପାଣିରେ ବିଷ !
କୂଅର ପାଣି ଯେପରି କେହି ବ୍ୟବହାର କରି ନ ପାରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ପାଣିର ସାମ୍ପଲ ପରୀକ୍ଷା ଲାଗି ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। କୂଅର ପାଣି ବାହାର କରିବାକୁ ଅଗ୍ନିଶମ ବିଭାଗକୁ ଡକାଯାଇଛି । ତେବେ କୂଅରେ କିଏ ବିଷ ପକାଇଲା କିଏ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ