ଓଡିଶା

odisha

ETV Bharat / city

ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ନିର୍ବାଚନରେ ହାରିଲୁ: ଜର୍ଜ ତିର୍କୀ

ଦଳ ବିରୋଧି କାର୍ଯ୍ୟ ଯୋଗୁଁ ଚିଳିତ ନିର୍ବାଚନରେ ଦଳର ପରାଜୟ ହୋଇଛି ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ଜର୍ଜ ତୀର୍କି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jun 5, 2019, 3:19 PM IST

ରାଉରକେଲା: ଚଳିତ ନିର୍ବାଚନରେ ଦଳ କାହିଁକି ପରାସ୍ତ ହେଲା ଏବଂ ଏହା ପଛର କାରଣ ସେନେଇ ମୁହଁ ଖୋଲିଛି କଂଗ୍ରେସ । ଦଳୀୟ ପରାଜୟର କାରଣ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସୁନ୍ଦରଗଡ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀ ଜର୍ଜ ତିର୍କୀ । ଦଳୀୟ ଅନ୍ତର୍ଘାତୀଙ୍କ କାରଣରୁ ସେମାନେ ପରାସ୍ତ ହୋଇଥିବା ନେଇ ଜଣାଇ ଦେଇଛନ୍ତି।


ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଇଭିଏମ୍ ହ୍ୟାକିଂ କରା ଯାଇଥିଲା । କଂଗ୍ରେସର ବହୁ ନେତା ଦଳ ବିରୋଧି ଅନ୍ତର୍ଘାତୀ କାର୍ଯ୍ୟରେ ଜଡିତ ଥିଲା । ଯେଉଁଥି ପାଇଁ ପରାସ୍ତ ହୋଇଥିଲେ । ପରାଜୟ ପାଇଁ ପିସିସିର ଶୃଙ୍ଖଳା କମିଟିର ଅଧ୍ୟକ୍ଷଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଜର୍ଜ । ଏଥିସହିତ ସେ କହିଥିଲେ ସେ କେବେ ବିକାଶର ବିରୋଧ କରି ନାହାଁନ୍ତି । ଏହି ଅଞ୍ଚଳର ଲୋକଙ୍କ ପାଇଁ ତାଙ୍କ ସଂଘର୍ଷ ଜାରି ରହିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଅନ୍ୟପଟେ ପିସିସି ଏବଂ ଏଆଇସିସିକୁ ଚଳିତ ନିର୍ବାଚନରେ ଦଳ ବିରୋଧରେ ହୋଇଥିବା ଅନ୍ତଃର୍ଘାତୀ କାର୍ଯ୍ୟରେ ଜଡିତ ଥିବା ନେତାଙ୍କ ସମ୍ପର୍କରେ ଅବଗତ କରି ଦିଆଯାଇଛି । ଇଭିଏମ ହ୍ୟାକିଂ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଜର୍ଜ ଜଣାଇଛନ୍ତି । ଧଲ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଜର୍ଜ ତିର୍କୀଙ୍କ ସମେତ ରାଉରକେଲାର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠି, ଦଳର ବରିଷ୍ଠ ନେତା ବୀରେନ ସେନାପତି ଏବଂ ବିରମିତ୍ରପୁରର ବିଧାୟକ ପ୍ରାର୍ଥୀ ରୋହିତ ତିର୍କୀ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details